Below header

ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ଜାଲରେ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ରେଡ୍ ଚାଲିଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ।

ବଲାଙ୍ଗିର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ରେଡ୍ ଚାଲିଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ।

ପୁରୀ, ସମ୍ବଲପୁର ଓ ବଲାଙ୍ଗିରରେ ଥିବା ଅଫିସ ଓ ଘରେ ଚାଲିଛି ରେଡ୍। ସମ୍ବଲପୁର ସ୍ଥିତ ସୁଦର୍ଶନ ପତ୍ନୀଙ୍କ କ୍ୱାର୍ଟର୍ସ ଓ ବଲାଙ୍ଗିର ଅଫିସ୍‌ରେ ରେଡ୍‌ ହୋଇଛି। ସେହିପରି ସାକ୍ଷୀଗୋପାଳ ଜୟପୁରରେ ଥିବା ବାସଭବନ, ସତ୍ୟବାଦୀ ନହଳା ସ୍ଥିତ ବାସଭବନ ଓ ସାକ୍ଷୀଗୋପାଳ ବଜାରରେ ଥିବା ଗୋପୀନାଥ ହସ୍ପିଟାଲରେ ମଧ୍ୟ ଚଢାଉ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.