ଧମାଲ କଲା Jio, ୩୦୦୦ ଟଙ୍କାରୁ ବି କମ୍‌ ଦାମରେ ମିଳୁଛି ଏହି ଫୋନ ଯେଉଁଥିରେ ରହିଛି ହ୍ଵାଟ୍ସଆପ୍‌

ଯଦି ଆପଣ ୩୦୦୦ ଟଙ୍କାରୁ ବି କମ୍‌ ବଜେଟରେ ଏକ ନୂଆ ଫୋନ୍ କିଣିବାକୁ ଚାହୁଁଥିବେ ତେବେ ଆପଣ ଏହି ଫୋନ୍ କିଣି ପାରିବେ । ସବୁଠାରୁ ମଜା କଥା ହେଉଛି ଆପଣ ଏହି 4G ଫୋନରେ ହ୍ଵାଟ୍ସଆପ୍ ଏବଂ ଫେସବୁକ୍ ଭଳି ଆପ୍ ଚଲାଇ ପାରିବେ ।

Reliance Jio କିଛି ଦିନ ପୂର୍ବରୁ କମ୍‌ ଦାମର JioPhone Prima 4G ଲଞ୍ଚ କରିଛି ଏବଂ ବର୍ତ୍ତମାନ ଗ୍ରାହକଙ୍କ ପାଇଁ ଏହି ଶସ୍ତା ଫୋନର ସେଲ୍‌ ଆରମ୍ଭ ହୋଇଯାଇଛି । ଯଦି ଆପଣ ୩୦୦୦ ଟଙ୍କାରୁ ବି କମ୍‌ ବଜେଟରେ ଏକ ନୂଆ ଫୋନ୍ କିଣିବାକୁ ଚାହୁଁଥିବେ ତେବେ ଆପଣ ଏହି ଫୋନ୍ କିଣି ପାରିବେ । ସବୁଠାରୁ ମଜା କଥା ହେଉଛି ଆପଣ ଏହି 4G ଫୋନରେ ହ୍ଵାଟ୍ସଆପ୍ ଏବଂ ଫେସବୁକ୍ ଭଳି ଆପ୍ ଚଲାଇ ପାରିବେ । ତେବେ କାଇ-ଓଏସ୍‌ ଆଧାରିତ ଏହି 4G କି-ପ୍ୟାଡ୍‌ ଫୋନର ଶୁଭାରମ୍ଭ କରାଯାଇଛି । କି-ପ୍ୟାଡ୍‌ ସ୍ମାର୍ଟଫୋନର ଏହା ଏକ ଡେଭଲପ୍‌ ଭର୍ସନ । ଯେଉଁଥିରେ ୟୁଟ୍ୟୁବ୍‌, ଫେସବୁକ୍‌, ହ୍ଵାଟ୍ସଆପ୍‌, ଗୁଗଲ ଭଏସ୍‌ ଆସିଷ୍ଟାଣ୍ଟ ଭଳି ଅନେକ ସୁବିଧା ଓ ଫିଚର ଦିଆଯାଇଛି ।

ଜିଓ ଏହାର ନୂଆ କି-ପ୍ୟାଡ୍ ସ୍ମାର୍ଟଫୋନର ଲୁକ୍ ଏବଂ ଡିଜାଇନ୍ ଉପରେ ଅନେକ କାମ କରିଛି । JioPhone Primaର ଡିଜାଇନ୍ ବର୍ତ୍ତମାନ ବହୁତ ବୋଲ୍ଡ ଏବଂ ପ୍ରିମିୟମ୍ ଦେଖାଯାଉଛି । ଏଥିରେ ୨.୪ ଇଞ୍ଚର ଡ଼ିସପ୍ଲେ ସ୍କ୍ରିନ୍ ରହିଛି । ତେବେ ଆସନ୍ତୁ ଜାଣିବା JioPhone Prima 4G ଫୋନକୁ ଆପଣ କେଉଁଠାରୁ କିଣି ପାରିବେ ଏବଂ ଏହି ଡିଭାଇସରେ ଆପଣ କେଉଁ ସବୁ ଭଲ ଫିଚର ପାଇବେ । ତେବେ ଏହି ଲାଟେଷ୍ଟ ଫୋନର ଦାମ୍‌ ଏବଂ ଫିଚର୍ସ ବିଷୟରେ ଆସନ୍ତୁ ଜାଣିବା ।

JioPhone Prima 4G ଫିଚର :
ଜିଓର ଏହି ଶସ୍ତା ଫୋନରେ ୩୨୦ × ୨୪୦ ପିକ୍ସେଲ ରିଜୋଲ୍ୟୁସନ ସହିତ ଏକ TFT ସ୍କ୍ରିନ୍ ଦିଆଯାଇଛି । ୩୦୦୦ ଟଙ୍କାରୁ ବି କମ୍‌ ଦାମରେ ଆସୁଥିବା ଏହି 4G ଫୋନରେ ୧୮୦୦ mAhର ପାଓ୍ଵାରଫୁଲ ବ୍ୟାଟେରୀ ଦିଆଯାଇଛି । ଏହି ଫୋନରେ ୨୩ଟି ଭାଷାର ସପୋର୍ଟ ଦିଆଯାଇଛି । ଏହାର ଅର୍ଥ ହେଉଛି ଆପଣ ନିଜ ମନ ପସନ୍ଦର ଭାଷାକୁ ବାଛି ଫୋନ୍‌ ଚଲାଇ ପାରିବେ । ଫୋନ ରିୟରରେ ଦିଆଯାଇଥିବା କ୍ୟାମେରା ବିଷୟରେ କହିବାକୁ ଗଲେ ଏଥିରେ ୦.୩ ମେଗାପିକ୍ସେଲ କ୍ୟାମେରା ସେନ୍ସର ଦିଆଯାଇଛି । ଭିଡିଓ କଲିଂ ଏବଂ ଫଟୋଗ୍ରାଫି ପାଇଁ ଏହି ମୋବାଇଲର ଉଭୟ ପାର୍ଶ୍ୱରେ ଡିଜିଟାଲ କ୍ୟାମେରା ରହିଛି । ମୋବାଇଲର ରିୟର ସାଇଡରେ ଫ୍ଲାସ ଲାଇଟ ମଧ୍ୟ ଦିଆଯାଇଛି । ଏହି ସ୍ମାର୍ଟଫୋନରେ ଜିଓ ଟିଭି, ଜିଓ ସିନେମା, ଜିଓ ସାଭନ୍ ଭଳି ପ୍ରିମିୟମ୍ ଡିଜିଟାଲ୍ ସର୍ଭିସ ସହିତ ଜିଓ-ପେ ଦ୍ୱାରା ୟୁପିଆଇ ପେମେଣ୍ଟ ମଧ୍ୟ କରାଯାଇପାରିବ ।

ସ୍ପିଡ୍ ଏବଂ ମଲ୍ଟିଟାସ୍କିଂ ପାଇଁ JioPhone Prima 4G ରେ ARM କର୍ଟେକ୍ସ A53 ପ୍ରୋସେସର ବ୍ୟବହାର କରାଯାଇଛି । ଏହା ବ୍ୟତୀତ ଆପଣ ମାଇକ୍ରୋ SD କାର୍ଡ ସାହାଯ୍ୟରେ ଷ୍ଟୋରେଜକୁ ୧୨୮GB ପର୍ଯ୍ୟନ୍ତ ବଢ଼ାଇପାରିବେ । କନେକ୍ଟଭିଟି ପାଇଁ ବ୍ଲୁଟୁଥ୍ ଭର୍ସନ ୫.୩ ସପୋର୍ଟ ରହିଛି । ଏହା ସହିତ ଓ୍ଵାୟର ମାଇକ୍ରୋଫୋନ୍ କନେକ୍ଟ ପାଇଁ ଏବଂ FM ରେଡିଓ ସହ ୩.୫ ମିଲିମିଟର ହେଡଫୋନ୍ ଜ୍ୟାକ୍ ଭଳି ଫିଚର୍ସ ଦିଆଯାଇଛି । ତେବେ JioPhone Prima 4G ଦାମ କେତେ ରହିଛି ଆସନ୍ତୁ ଜାଣିବା ।

ଏହି କମ୍‌ ଦାମ 4G ଫୋନର ଦାମ ହେଉଛି ୨,୫୯୯ ଟଙ୍କା । ରିଲାଏନ୍ସ ଡିଜିଟାଲ୍ ଏବଂ ଜିଓମାର୍ଟର ଅଫିସିଆଲ୍ ସାଇଟରେ ଏହି ଡିଭାଇସର ସେଲ୍‌ ଆରମ୍ଭ ହୋଇଛି । ଏହି ହ୍ୟାଣ୍ଡସେଟ୍ କେବଳ ଜିଓର ଅଫିସିଆଲ୍ ସାଇଟରେ ନୁହେଁ ବରଂ ଇ-କମର୍ସ ସାଇଟ୍ ଆମାଜନରୁ ମଧ୍ୟ କିଣି ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.