ଗୋଲାପୀ ନୋଟ୍ ବଦଳାଇବା ପାଇଁ RBI ସାମ୍ନାରେ ଭିଡ଼, ମଉକା ଦେଖି ଫାଇଦା ଉଠାଉଛନ୍ତି ଦଲାଲ

RBI ସାମ୍ନାରେ ଆଜି ବି ଲାଇନ। ସମୟ ଗଡ଼ିବା ସହିତ ଲାଇନ ବଢୁଛି । ସକାଳୁ ସକାଳୁ ଲାଗିଲାଣି ଲାଇନ । ସେପଟେ ମଉକାରେ ଫାଇଦାବି ଉଠାଇ ଚାଲିଛନ୍ତି ଦଲାଲ ।

ଭୁବନେଶ୍ୱର (କେନ୍ୟୁଜ):  ସରୁନି ଗୋଲାପୀ ନୋଟ୍। କମୁନି ଭିଡ଼ । ସମୟ ଗଡ଼ିବା ସହିତ ଲାଇନ ବଢୁଛି। ୨ହଜାର ଟଙ୍କିଆ ନୋଟ ଜମା ଓ ବଦଳ ପାଇଁ ଆଜି ବି ଭୁବନେଶ୍ବର ଆରବିଆଇ ଅଫିସ ଆଗରେ ଭିଡ଼ । ସକାଳୁ ସକାଳୁ ଲମ୍ବା ଲାଇନ ଲାଗିଛି । ଧାଡ଼ିରେ ଅଛନ୍ତି ଯୁବକ, ମହିଳା ଓ ବୟସ୍କ । କେବଳ ଭୁବନେଶ୍ବର ବାସିନ୍ଦା ନୁହନ୍ତି ବିଭିନ୍ନ ଜିଲ୍ଲାରୁ ଲୋକ ଆସି ଆରବିଆଇ ଅଫିସ ଆଗରେ ଲାଇନ ଲଗାଇଛନ୍ତି।

ସେପଟେ ଦଲାଲମାନେ ଏହାର ଫାଇଦା ଉଠାଉଛନ୍ତି। କିଛି ଲୋକ କମିଶନ ନେଇ ଅନ୍ୟର ୨ ହଜାର ଟଙ୍କା ବଦଳାଉଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ କେବଳ ରିଜର୍ଭ ବ୍ୟାଙ୍କରେ ହିଁ ଲୋକମାନେ ବୈଧ ପରିଚୟପତ୍ର ଦେଇ ଏକାଥରକେ ୧୦ଟି ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ପାରୁଛନ୍ତି । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକେ ଭୁବନେଶ୍ୱର ଆରବିଆଇ ଅଫିସକୁ ଛୁଟି ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.