Below header

ଆଜି ବଡ଼ଓଷା, କାର୍ତ୍ତିକ ମାସରେ ଏହି ପବିତ୍ର ଦିନ ପାଇଁ ଚଳଚଞ୍ଚଳ ବିଭିନ୍ନ ଶୈବପୀଠ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ବଡ଼ଓଷା। କାର୍ତ୍ତିକ ମାସରେ ଏହି ପବିତ୍ର ଦିନ ପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ। ବାବା ଧବଳେଶ୍ୱର ପୀଠରେ ବଡ଼ସିଂହାର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଭୋର ପ୍ରାୟ ତିନିଟାରୁ ବାବାଙ୍କ ପହଡ଼ ଖୋଲାଯାଇ ୧୦୮ ଗରା ପବିତ୍ର ଜଳରେ ମହାସ୍ନାନ କରାଯାଇଥିଲା। ପରେ ମଙ୍ଗଳଆଳତୀ, ମଇଲମ ଲାଗି ଆଦି ସମସ୍ତ ରୀତିନୀତି ନିର୍ଘଣ୍ଟ ଅନୁଯାୟୀ ସମାପନ ହେବା ପରେ ସାଧାରଣ ଦର୍ଶନ ପାଇଁ ଦ୍ୱାର ଖୋଲାଯାଇଥିଲା। ଆଜି ମଧ୍ୟରାତ୍ରିରେ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ତିଥିର ସନ୍ଧିକ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଗଜଭୋଗ ଓ ତରଣ ଲାଗି କରାଯିବ। ଭୋଗ ପ୍ରସ୍ତୁତି ପାଇଁ ଲାଗିଛନ୍ତି ପୂଜକଙ୍କ ପରିବାର। ବାବାଙ୍କୁ ଦର୍ଶନ କରିବାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଛି। ବହୁ ଦୂରଦୂରାନ୍ତରରୁ ଭକ୍ତଙ୍କ ସମାଗମ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.