Below header

୧୪୯ ଟଙ୍କା ପ୍ରିପେଡ଼ ପ୍ଳାନରେ ଜିଓ ଆଣିଲା ବଡ଼ ଧରଣର ପରିବର୍ତ୍ତନ, କମାଇ ଦେଲା ବୈଧତା

ରିଲାଏନ୍ସ ଜିଓ ନିଜର ୧୪୯ ଟଙ୍କା ପ୍ଲାନରେ ଏକ ବଡ଼ ପରିବର୍ତ୍ତନ ଆଣିଛି । ଏହି ପ୍ଲାନରେ ନନ ଜିଓ କଲିଂ ମିନିଟକୁ ଯୋଡିବା ପାଇଁ ଏପରି କରାଯାଇଛି । ଏହାସହିତ ପ୍ଳାନର ବୈଧତାକୁ ମଧ୍ୟ ୨୮ ଦିନରୁ କମ କରି ୨୪ ଦିନ କରିଦିଆଯାଇଛି । ଏହି ପ୍ଲାନ ଦ୍ୱାରା ବର୍ତ୍ତମାନ ୟୁଜର ମାନଙ୍କୁ ଅନ୍ୟ ନେଟୱାର୍କରେ କଲ କରିବା ପାଇଁ ୩୦୦ ମିନିଟ ମିଳିବ ।

ଏହାସହ ପଢନ୍ତୁ ୬୪ ମେଗାପିକ୍ସେଲ କ୍ୟାମେରା ବିଶିଷ୍ଟ Realme X2 Pro ଏହି ଦିନରେ ହେବ ଲଞ୍ଚ, ଫ୍ଲିପକାର୍ଟରେ ଟିଜର ହେଲା ଜାରି

ସଂଶୋଧିତ ପ୍ଲାନ ଅନୁସାରେ ବର୍ତ୍ତମାନ ୟୁଜର୍ସ ମାନଙ୍କୁ ଏହି ପ୍ଲାନରେ ଜିଓରୁ ଜିଓ ଅନଲିମିଟେଡ଼ କଲ ଏବଂ ଅନ୍ୟ ନମ୍ବରକୁ ୩୦୦ ମିନଟ ମିଳିବା ସହିତ ପ୍ରତିଦିନ 100 SMS ଏବଂ 1.5GB 4G ଡାଟା ମଧ୍ୟ ମିଳିବ । ଏହି ପ୍ଳାନକୁ ଜିଓ ଅଲ ଇନ ୱାନ ପ୍ଳାନରେ ସାମିଲ କରିଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.