ଘରେ ଥିବା ଅଦା ଆପଣଙ୍କ ତ୍ୱଚା ଓ କେଶକୁ ଚମକାଇ ଦେବ, ଜାଣନ୍ତୁ କିପରି

ଆମ ମାନଙ୍କ ଘରେ ନିଶ୍ଚିତ ରୂପେ ଅଦା ଥିବ । ତରକାରୀରେ ପଡୁଥିବା ମସଲାରେ ଅଦାକୁ ହିଁ ଆଗ ଖୋଜା ପଡେ ।କେହି ସକାଳୁ ଅଦା ଚାହା ପିଇବାର ଅଭ୍ୟାସ ରଖିଥାନ୍ତି । ଥଣ୍ଡା କାଶ ପରି ଛୋଟ ମୋଟ ରୋଗ ପାଇଁ ଅଦା ଏକ ମହୋଷଧି ପରି କାମ କରେ । କଣ ଆପଣ ଜାଣନ୍ତିକି ନିଜ ସୌନ୍ଦର୍ଯ୍ୟ ଚର୍ଚ୍ଚା ପାଇଁ ମଧ୍ୟ ଆପଣ ଅଦାକୁ ବ୍ୟବହାର କରିପାରିବେ । ପ୍ରକୃତରେ ଅଦାରେ ଭରପୁର ମାତ୍ରାରେ ଆଣ୍ଟି ଆକ୍ସିଡେଣ୍ଟ ତତ୍ତ୍ୱ ମହଜୁଦ ଥାଏ । ଯାହାକି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଆପଣଙ୍କ ସ୍କିନକୁ ଚମକ ଦେବାରେ ମଧ୍ୟ ବିଶେଷ ସାହାଯ୍ୟ କରିବ । ଅଦାରେ ମହଜୂତ ଥିବା ୪୦ ପ୍ରକାରର ଆଣ୍ଟି ଆକ୍ସିଡେଣ୍ଟ ତତ୍ତ୍ୱ ଶରୀରର ଆଣ୍ଟି ଏଜିଙ୍ଗ ପ୍ରୋସେସକୁ ଧିମା କରିଥାଏ ।

ginger

-ତ୍ୱଚାରେ ଲଗାଇବା ପାଇଁ ଆପଣ ଅଦା ପାଉଡରର ବ୍ୟବହାର ମଧ୍ୟ କରି ପାରିବେ । ଏକ ଚାମଚ ଅଦା ପାଉଡରରେ ସମାନ ପରିମାଣର ମହୁ,ଚନ୍ଦନ ପାଉଡର ଓ ଲେମ୍ବୁ ମିଶାଇ ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ । ଏହି ପ୍ୟାକକୁ ନିଜ ପରିସ୍କାର ମୁହଁରେ ଲଗାନ୍ତୁ । ମୁହଁରେ ପ୍ୟାକଟି ସମ୍ପୂର୍ଣ ରୂପେ ଶୁଖିଗଲା ପରେ ସାଧା ପାଣିରେ ଭଲ ଭାବେ ଧୋଇଦିଅନ୍ତୁ । ଏହି ପ୍ୟାକଟିକୁ ସପ୍ତାହକୁ ଦୁଇଥର ଲଗାନ୍ତୁ । ଦେଖିବେ ଏହାକୁ ବ୍ୟବହାର କରି ସାରିବା ପରେ ଆପଣଙ୍କ ତ୍ୱଚା ଚମକି ଉଠିବା ସହ ତ୍ୱଚାରେ ଥିବା ବୟସର ପ୍ରଭାବ ମଧ୍ୟ ବହୁ ପରିମାଣରେ କମିଯିବ ।

-ଆହୁରି ମଧ୍ୟ ଅଦା ଖାଇବା ଦ୍ୱାରା ଶରୀରର ରକ୍ତ ସଂଚାଳନ ଭଲ ହୋଇଥାଏ । ତାହା ଦ୍ୱାରା ମଧ୍ୟ ଚେହେରାରେ ଏକ ପ୍ରକାର ଚମକ ଆସିଥାଏ । ଏହା ସହ ଅଦାରେ ଥିବା ସ୍କିନ ଟ୍ୟାନିଂ ଗୁଣ ତ୍ୱଚାର ହେଇଥିବା ସନ ଟ୍ୟାନକୁ ମଧ୍ୟ ଦୂର କରିଥାଏ । ତ୍ୱଚାର ଦାଗ, ବ୍ରଣ ଆଦି ସମସ୍ୟାକୁ ମଧ୍ୟ ଭଲ କରିଥାଏ ।

-ସ୍କିନ ଟ୍ୟାନିଂ ପାଇଁ ଅଦା ରସରେ କିଛି ମହୁ ଓ ଲେମ୍ବୁ ରସ ମିଶାନ୍ତୁ । ଏହାକୁ ଆପଣ ନିଜ ତ୍ୱଚାରେ ଲଗାଇ ଧୀରେ ଧୀରେ ମାଲିସ କରନ୍ତୁ | ପରେ ଏହାକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏହାକୁ ଆପଣ ଦିନ କୁ ୨ ରୁ ୩ ଥର ଲଗାଇ ପାରିବେ ।

ଏହା ସହ ପଢନ୍ତୁ: ଘରେ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ ଗୋଲାପ ତେଲ, ୫୦ ବର୍ଷ ବୟସରେ ବି ଦେଖାଯିବେ ଯବାନ

-ଅଦା ରସକୁ ଗୋଲାପ ଜଳ ଓ ମହୁ ସହ ମିଶାଇ ମଧ୍ୟ ଆପଣ ମୁହଁରେ ଲଗାଇବା ଦ୍ୱାରା ମଧ୍ୟ ଏକ ପ୍ରକାର ବିଶେଷ ଚମକ ଆସିଥାଏ । ଯଦି ପିଗମେଣ୍ଟେସନ ଓ କଳା ଦାଗର ସମସ୍ୟା ଥାଏ ତେବେ ଛୋଟ ଖଣ୍ଡେ ଅଦାକୁ କାଟି ମୁହଁରେ ଘସନ୍ତୁ ।

-ତ୍ୱଚା ସହ ଅଦା ତେଲକୁ ମୁଣ୍ଡରେ ମାଲିସ କରିବା ଦ୍ୱାରା ମଧ୍ୟ ମୁଣ୍ଡରୁ ରୁପି ସମସ୍ୟା ଦୂର ହେବା ସହ ବାଳ ଘନ ଓ କଳା ହୋଇଥାଏ ।

– ଅଦା ପାଉଡରକୁ ଦହି ସହ ମିଶାଇ ନିଜ ଚୁଟି ମୂଳରେ ଧୀରେ ଧୀରେ ମାଲିସ କରନ୍ତୁ । ଏହାକୁ ୧୦ ରୁ ୧୫ ମିନିଟ ରଖି ନଖ ଉଷୁମ ପାଣିରେ ମୁଣ୍ଡ ଧୋଇ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.