Below header

ବାହାନଗା ଟ୍ରେନ ଟ୍ରାଜେଡି: ୨୯ ମୃତଦେହ ଚିହ୍ନଟ, ମାଗଣାରେ ଶବ ନେବାକୁ ଆମ୍ବୁଲାନ୍ସ ଯୋଗାଇବ ରାଜ୍ୟ ପରିବହନ ବିଭାଗ

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୯ଜଣଙ୍କ ମୃତଦେହ ଚିହ୍ନଟ ହୋଇଛି ।ସେହି ମୃତଦେହ ଗୁଡିକୁ ଆଜି ସେମାନଙ୍କ ସମ୍ପର୍କୀୟଙ୍କ ହସ୍ତାନ୍ତର କରାଯିବ । ଏନେଇ ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚୌଧୁରୀ କହିଛନ୍ତି, ମୃତଦେହକୁ ନିଜ ଗାଁକୁ ପଠାଇବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ।

ଭୁବନେଶ୍ୱର (କେନ୍ୟୁଜ): ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୯ଜଣଙ୍କ ମୃତଦେହ ଚିହ୍ନଟ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିହ୍ନଟ ହୋଇନପାରି ରହିଥିବା ୮୧ଟି ମୃତଦେହ ମଧ୍ୟରୁ ୨୯ଟି ମୃତଦେହକୁ ଡିଏନଏ ଟେଷ୍ଟ ମାଧ୍ୟମରେ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ୨୯ଟି ମୃତଦେହ ମଧ୍ୟୟରୁ ଗୋଟିଏ ମୟୂରଭଞ୍ଜର ହୋଇଥିବା ବେଳେ ଅନ୍ୟଗୁଡିକ ବିହାର ଓ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି ।

ଏଥିପାଇଁ ମୃତକଙ୍କ ସମ୍ପର୍କୀୟ ଏମ୍ସରେ ପହଞ୍ଚିଛନ୍ତି । ସେହି ମୃତଦେହ ଗୁଡିକୁ ଆଜି ସେମାନଙ୍କ ସମ୍ପର୍କୀୟଙ୍କ ହସ୍ତାନ୍ତର କରାଯିବ । ଏନେଇ ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚୌଧୁରୀ କହିଛନ୍ତି, ମୃତଦେହକୁ ନିଜ ଗାଁକୁ ପଠାଇବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ। ମାଗଣାରେ ମୃତଦେହ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପରିବାର ଲୋକ ଚାହିଁଲେ ହସ୍ପିଟାଲ ସହ ଯୋଗାଯୋଗ କରି ମାଗଣା ସେବା ପାଇପାରିବେ। କେବଳ ଜିଲ୍ଲାକୁ ନୁହେଁ ଗାଁରେ ଯାଇ ପହଞ୍ଚିବ ମୃତଦେହ। ପୂର୍ବରୁ ମଧ୍ୟ ଏ ବ୍ୟବସ୍ଥା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.