ବୈଜୟନ୍ତ ପଣ୍ଡାଙ୍କ ୟୁ ଟର୍ଣ୍ଣ, କହିଲେ ଅଭିଜିତ ଆୟାର ତାଙ୍କ ବନ୍ଧୁ ନୁହନ୍ତି

କଟକ(କେନ୍ଯୁଜ୍) : ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ୟୁ ଟର୍ଣ୍ଣ । ଅଭିଜିତ ତାଙ୍କ ବନ୍ଧୁ ନୁହଁନ୍ତି ବୋଲି ବୈଜୟନ୍ତ ସ୍ୱଷ୍ଟ କରିଛନ୍ତି । କହିଛନ୍ତି ଅଭିଜିତଙ୍କ ସହ ପୂର୍ବରୁ ଦୁଇଥର ଭେଟ ହୋଇଛି । କୋଣାର୍କରେ ଅଭିଜିତ କରିଥିବା ଭିଡିଓ ତାଙ୍କ ସହ ଯାଇ କରିନାହାନ୍ତି । ବିବାଦୀୟ ବୟାନ ପାଇଁ ଅଭିଜିତ କ୍ଷମା ପ୍ରାର୍ଥନା କଲେ ଭଲ ହୁଅନ୍ତା ବୋଲି କଟକ ଜିଲ୍ଲା ମାହାଙ୍ଗାରେ ଆୟୋଜିତ କାର୍ଯ୍ଯକ୍ରମରେ ବୈଜୟନ୍ତ ମତ ଦେଇଛନ୍ତି । ଅଭିଜିତଙ୍କ ଓଡ଼ିଶା ଓ ଜଗନ୍ନାଥ ସଂସ୍କୃତି ବିରୋଧୀ ମନ୍ତବ୍ୟକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

abhijitଏହି ମାମଲାରେ ଦିଲ୍ଲୀରେ ଅଭିଜିତଙ୍କୁ ଓଡ଼ିଶା ପୋଲିସ ଗିରଫ କରିଥିବା ବେଳେ ସେ ଏବେ ଅନ୍ତରୀଣ ଜାମିନରେ ଅଛନ୍ତି । ତାଙ୍କ ନାଁରେ କୋଣାର୍କ ଓ ଭୁବନେଶ୍ୱର ସହିଦନଗର ଥାନାରେ ମାମଲା ରୁଜୁ ହୋଇଛି । ଆସନ୍ତାକାଲି କୋଣାର୍କ ଥାନାରେ ହାଜର ପାଇଁ ଅଭିଜିତଙ୍କୁ ଦିଲ୍ଲୀର ସାକେତ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.