ନିଖୋଜ କାର୍ତ୍ତିକ ସ୍ୱାଇଁଙ୍କ ମୃତ୍ୟୁ ମାମଲା, ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ
ବହୁଚର୍ଚ୍ଚିତ ଯାଜପୁର ବିଂଝାରପୁର ବୈରିବାଗ ଗାଁର ନିଖୋଜ ଯୁବକ କାର୍ତ୍ତିକ ସ୍ୱାଇଁଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ ।

ଯାଜପୁର : ବହୁଚର୍ଚ୍ଚିତ ଯାଜପୁର ବିଂଝାରପୁର ବୈରିବାଗ ଗାଁର ନିଖୋଜ ଯୁବକ କାର୍ତ୍ତିକ ସ୍ୱାଇଁଙ୍କ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ଗତକାଲି ତାଙ୍କ ମୃତଦେହକୁ ପୋତାଯୋଇଥିବା ବାରୁଣୀ ଶ୍ମଶାନରୁ ଉଦ୍ଧାର କରାଯାଇଥିଲା । ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ ।
ଗତ ଜୁନ ୧୫ ତାରିଖରେ କାର୍ତ୍ତିକ ଘରୁ ନିଖୋଜ ଥିଲେ । ତା‘ପର ଦିନ ଯାଜପୁର ଅଞ୍ଚଳର ଏକ ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର ହୋଇଥିଲା । ସେତେବେଳେ ଏହା କାର୍ତ୍ତିକଙ୍କ ମୃତଦେହ ବୋଲି ଜଣା ପଡିନଥିଲା । ପୋଲିସ ଅପମୃତ୍ୟୁ ମାମଲାର ରୁଜୁ କରି ମୃତଦେହକୁ ପୋତି ଦେଇଥିଲା ।
ତଦନ୍ତ ପରେ କାର୍ତ୍ତିକଙ୍କୁ ସାଙ୍ଗମାନେ ହତ୍ୟା କରିଥିବା ଜଣାପଡିଥିଲା । ପୋଖରୀରୁ ଉଦ୍ଧାର ହୋଇଥିବା ମୃତଦେହ କାର୍ତ୍ତିକଙ୍କ ବୋଲି ଜଣାପଡିଥିଲା । ଏହି ମାମଲାରେ ପୋଲିସ କାର୍ତ୍ତିକଙ୍କ ଦୁଇ ଜଣ ସାଙ୍ଗ ବିକି ରଞ୍ଜନ ବେହେରା ଓ ଚନ୍ଦନ ସାହୁଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।