Below header

ବୈଶାଖ ମାସର ଆଜି ଶେଷ ସୋମବାର, ପ୍ରସିଦ୍ଧ ଶୈବପୀଠ ଆରଡିରେ ଭକ୍ତଙ୍କ ଭିଡ

ଭଦ୍ରକ: ବୈଶାଖ ମାସର ଆଜି ଶେଷ ସୋମବାର । ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ଭକ୍ତଙ୍କ ଭିଡ । ଗ୍ରୀଷ୍ମ ତାତିରୁ ରକ୍ଷା ପାଇବା ପାଇଁ ବାବା ଆଖଣ୍ଡଳମଣୀଙ୍କ ପାଖରେ ଶୀତଳ ଉପଚାର ନୀତି କରାଯାଇଥାଏ । ତେଣୁ ଶହ ଶହ ସଂଖ୍ୟାରେ ଗୋପାଳ ଭକ୍ତମାନେ ବୈତରଣୀ ନଦୀରୁ ଜଳ ଆଣି ବାବାଙ୍କ ପାଖରେ ଜଳଲାଗି କରିଛନ୍ତି । ବାବାଙ୍କୁ ଜଳ ଲାଗି କଲେ ତାତିରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି । ତେଣୁ ଆଜି ସୋମବାର ଥିବାରୁ ଭୋର ୪ଟାରେ ମନ୍ଦିର ପହଡ଼ ଖୋଲାଯିବା ପରେ ପ୍ରଥମେ ମଙ୍ଗଳ ଆରତି କରାଯାଇଥିଲା । ପରେ ସାହାଣ ମେଲା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.