Below header

ଯାଜପୁର: ବ୍ରହ୍ମବରଦାର ବିଶ୍ୱ ମୁସଲିମ ସମ୍ମିଳନୀକୁ ବିରୋଧ, ସରକାର ଅନୁମତି ନ ଦେବାକୁ ଦାବି କଲା ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ

ଯାଜପୁର ଟାଉନ(କେନ୍ୟୁଜ୍): ଆସନ୍ତା ୨୦୨୦ ମସିହା ପେଂବୃଆରି ୨୯ ତାରିଖରୁ ଯାଜପୁର ଜିଲା ବ୍ରହ୍ମବରଦା ରେ ହେବାକୁ ଯାଉଛି ବିଶ୍ୱ ମୁସଲିମ ସମ୍ମିଳନୀ । ଏହାକୁ ନେଇ ଆପତି ଜଣାଇଛି ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଂଗ ଦଳ । ଉଭୟ ସଂଗଠନ ଉକ୍ତ ବିଶ୍ୱ ମୁସଲିମ ସମ୍ମିଳନୀକୁ ସରକାର ଅନୁମତି ନ ଦେବାକୁ ଦାବି କରିଛନ୍ତି । ଗତ ୧୯୯୬ ମସିହାରେ ମଧ୍ୟ ସେହିଠାରେ ବିଶ୍ୱ ମୁସଲିମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସେତେବେଳେ କେଉଁ ଆଧାରରେ ସମ୍ମିଳନୀ ହୋଇଥିଲା ତାକୁ ସରକାର ତର୍ଜମା କରିବା ସହିତ ଯେପରି ଏଠାରେ କୌଣସି ଜାତୀୟତା ବିରୋଧୀ କାର୍ଯ୍ୟକ୍ରମ ନ ହୁଏ ବା ଉତେଜନାମୂଳକ ଭାଷଣବାଜି ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ଉଭୟ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଆଜି ଏ ନେଇ ଉଭୟ ସଂଗଠନ ଯାଜପୁର ଜିଲାପ୍ରଶାସନକୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।
ଯାଜପୁର ଟାଉନରୁ ଦେବାଶିଷ ସାହୁ,କେନ୍ୟୁଜ ଓଡ଼ିଶା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.