ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବ୍ଲକ୍ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ

ବଲାଙ୍ଗିର(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଦମନ ପ୍ରସାଦ ମିଶ୍ର ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବଲାଙ୍ଗିର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜଣେ ଶିକ୍ଷୟିତ୍ରୀଙ୍କ ଅବସରକାଳୀନ କାଗଜପତ୍ର କରାଇ ଦେବା ପାଇଁ ସେ ଏହି ଟଙ୍କା ନେଉଥିଲେ । ବଲାଙ୍ଗିର ଓ ସୋନପୁର ଜିଲ୍ଲାର ଭିଜିଲାନ୍ସ ଟିମ୍ ଅଭିଯୁକ୍ତ କିରାଣୀକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।