Below header

ବାତ୍ୟା ଗତିପଥରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା

କେନ୍ୟୁଜ ବ୍ୟୁରୋ: ବାତ୍ୟା ଗତିପଥରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା । ଏସବୁ ଜିଲ୍ଲାରେ ୨୦ ତାରିଖ ସକାଳୁ ବଢ଼ିବ ପବନରେ ବେଗ । ବିଶେଷକରି ଧାମରା, ପାରାଦୀପ, ଭିତରକନିକା, ଭୋଗରାଇ ଓ ଦୀଘା ଅଂଚଳରେ ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗରେ ପବନ ବହିବ । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଏସବୁ ଜିଲ୍ଲାର ତଳି ଅଞ୍ଚ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ସେହିପରି କଚ୍ଚାଘର, ଟାଇଲ ଓ ଛପର ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ସ୍ଥାନାନ୍ତରଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବାତ୍ୟା ବେଳେ ନିରାପଦ ସ୍ଥାନରେ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଏପରିକି ବାତ୍ୟା ପରବର୍ତ୍ତୀ ଅବସ୍ଥାରେ କେମିତି ବିଜୁଳି ବ୍ୟବସ୍ଥା ଠାରୁ ପିଇବା ପାଣି ଓ ରାସ୍ତାଘାଟ ସବୁ ସ୍ୱାଭାବିକ କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.