Below header

ବାଲେଶ୍ୱର: ତାଳସାରୀ ଥାନା ଅଞ୍ଚଳରେ ଜୈନିକ କଲେଜ ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ୍‌ ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ତାଳସାରୀ ଥାନା ଅଞ୍ଚଳରେ ଜୈନିକ କଲେଜ ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ୍‌ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁୁ ଗିରଫ କରିଛି ପୋଲିସ । ଏବେବି ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି । ଗିରଫ ଅଭିଯୁକ୍ତ ବିନ୍ଧାପଦ୍ମପୁର ଗାଁର ଦୈତାରୀ ଚଙ୍ଗେଇ । ଗତ ଅଗଷ୍ଟ ୧୦ ତାରିଖରେ ଜଣେ ଜୈନିକ କଲେଜ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ତାଳସାରୀ ବେଳାଭୂମୀକୁ ବୁଲିବାକୁ ଯାଇଥିବା ବେଳେ ୩ ଦୁର୍ବୃତ୍ତ ଜୋରଜବରଦସ୍ତ ଉଲଗ୍ନ କରି ଭିଡ଼ିଓ ଭାଇରାଲ୍‌ କରିଥିଲେ । ଏହି ଘଟଣାରେ ଗତ ୧୧ ତାରିଖରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ଥିଲେ । ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କ ଗିରଫ ହୋଇସାରିଥିବା ବେଳେ ତୃତୀୟ ବ୍ୟକ୍ତିକୁ ଗିରଫ ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା କହିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.