ସୁସ୍ଥ ତ୍ୱଚା ପାଇଁ ମସୁର ଡାଲିରେ ପ୍ରସ୍ତୁତ କରନ୍ତୁ ଏହି ୫ ପ୍ରକାର ଫେସ୍ ପ୍ୟାକ୍, ଦେଖାଯିବେ ଆକର୍ଷଣୀୟ
ଆପଣ ଜାଣିଛନ୍ତି କି? ରୋଷେଇ ଘରୁ ସହଜରେ ମିଳିଯାଉଥିବା ବିଭିନ୍ନ ପ୍ରକାର ଡାଲି ଆପଣଙ୍କ ସୁସ୍ଥ ତ୍ୱଚା ପାଇଁ ଏକ ଉପାଦେୟ ସାମଗ୍ରୀ ଭାବେ କାମ କରିପାରିବ। ବାସ୍, ଆପଣ ଖାଲି ଏହାର ବ୍ୟବହାର ଶିଖିଥିଲେ ହେଲା। ମସୁର ଡାଲି, ଚଣା ଡାଲି, ବୁଟ ଡାଲି ଭଳି କେତେକ ଡାଲି ତ୍ୱଚାର ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଆଜି ଆମେ ଆପଣଙ୍କୁ ମସୁର ଡାଲିର ଫାଇଦା ସମ୍ପର୍କରେ କିଛି ଟିପ୍ସ ଦେବାକୁ ଯାଉଛୁ।
-ମସୁର ଡାଲି ପେଷ୍ଟ ସହ କଞ୍ଚା କ୍ଷୀରର ଫେସ୍ ପ୍ୟାକ୍ ଆପଣଙ୍କ ରୁଖାଶୁଖା ତ୍ୱଚାକୁ ସତେଜ ରଖିଥାଏ। ମୁଖମଣ୍ଡଳର ଛିଦ୍ର ଦୂର କରିଥାଏ। ଆପଣଙ୍କ ତ୍ୱଚାକୁ ଚମକଦାର ବନାଇବା ଏବଂ ଟ୍ୟାନ ଦୂର କରିବାରେ ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ, ତ୍ୱଚାକୁ ସଫା ଏବଂ ନରମ ରଖିବା, ଏହାକୁ ପୋଷଣ ଦେବା ସହ ମୁହଁରୁ ତେଲିଆ ଅଂଶ ଦୂର କରିଥାଏ।
-ତ୍ୱଚାକୁ ମୁଲାୟମ ରଖିବା ପାଇଁ ମସୁର ଡାଲି ପାଉଡର ସହ କ୍ଷୀର, ହଳଦୀ ଓ ୩ ବୁନ୍ଦା ନଡ଼ିଆ ତେଲ ମିଶାଇ ୨ ମିନିଟ୍ ଯାଏ ଚେହେରାରେ ଲଗାଇ ଛାଡ଼ି ଦିଅନ୍ତୁ। ଏହାପରେ ଧୀରେ ଧୀରେ ଏହାକୁ ସ୍କ୍ରବ କରି ଧୋଇ ଦିଅନ୍ତୁ।
-ତ୍ୱଚାର ଉଜ୍ଜ୍ୱଳତା ପାଇଁ ମସୁର ଡାଲି ପେଷ୍ଟରେ କଞ୍ଚା କ୍ଷୀର ଓ ବାଦାମ ତେଲ ମିଶାଇ ଚେହେରାରେ ଭଲ ଭାବେ ଲଗାନ୍ତୁ। ଏହାକୁ ୧୫ରୁ ୨୦ ମିନିଟ୍ ଯାଏ ଛାଡ଼ି ଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
-ଶୁଷ୍କ ତ୍ୱଚା ପାଇଁ ମସୁର ଡାଲି ଆପଣଙ୍କୁ ଉତ୍ତମ ଫାଇଦା ଦେଇପାରିବ। କ୍ଷୀରରେ ମସୁର ଡାଲିକୁ ବତୁରାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ମୁହଁ ଏବଂ ବେକରେ ସମାନ ମାତ୍ରାରେ ଲଗାଇ ଦିଅନ୍ତୁ। ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ।
ଏହାସହ ପଢ଼ନ୍ତୁ: ଚିକେନ୍ ଖାଇବାର ଏହି ୫ଟି ଅଦ୍ଭୁତ ଫାଇଦା ବିଷୟରେ ଜାଣନ୍ତୁ
-ଚେହେରାରୁ ଲୋମ ହଟାଇବା ପାଇଁ ମସୁର ଡାଲି ଭଲ କାମ କରିବ। ମସୁର ଡାଲି ସହ ଚନ୍ଦନ ପାଉଡ଼ର, କମଳା ଚୋପା ଓ କ୍ଷୀରକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଚେହେରାରେ ଲଗାଇ ୧୫ରୁ ୨୦ ମିନିଟ୍ ଯାଏ ଛାଡ଼ି ଦିଅନ୍ତୁ। ପ୍ୟାକ୍ ଶୁଖିଗଲେ ଏହାକୁ ଧୀରେ ଧୀରେ ଗୋଲ ଗୋଲ କରି ସ୍କ୍ରବ୍ କରନ୍ତୁ। ଏହାପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।