ପ୍ରେମିକାଙ୍କ ବିବାହ ଖବର ଶୁଣି ଛାତରୁ ଡେଇଁଲେ ପ୍ରେମିକ

ଗୁଜରାଟ ; ପ୍ରେମରେ ପ୍ରତାରିତ ହେବା ପରେ ଅନେକ ଯୁବକ ଯୁବତୀ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥାନ୍ତି। ଅନ୍ୟ କେତେ ଜଣ ଚିନ୍ତାରେ ମଧ୍ୟ ରହି ବିଭିନ୍ନ ପ୍ରକାର କାମ ମଧ୍ୟ କରିଥାନ୍ତି। ନିକଟରେ ଏମିତି ଏକ ଘଟଣା ଗୁଜରାଟରେ ଦେଖିବାକୁ ମିଳିଛି। ଗୁଜୁରାଟର ପାଲନପୁର ସହରରେ ପ୍ରେମ କରି ହୃଦୟ ଭାଙ୍ଗିବାରୁ ଚାରି ମହଲା ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ପୋଲିସ କହିବା ମୁତାବକ, ବାସଣା ଗ୍ରାମର ୨୧ ବର୍ଷୀୟ ଯୁବକ ରାହୁଳ ବାଲ୍ମକୀଙ୍କ ପ୍ରେମିକାଙ୍କ ବିବାହ ଅନ୍ୟ ଜଣକ ସହିତ ହୋଇଗଲା। ଏହି କାରଣରୁ ଦୁଃଖିତ ହୋଇ ଡକ୍ଟରର୍ସ ହାଉସ ଅଞ୍ଚଳରେ ଥିବା ଚାରି ମହଲା ଛାତରେ ଆତ୍ମହତ୍ୟା ପାଇଁ ଚଢିଯାଇଥିଲେ। ଏହି ସମୟରେ ସ୍ଥାନୀୟ ଲୋକ ତାଙ୍କୁ ଦେଖି ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସି ମନା କରିବା ସତ୍ତ୍ୱେ ରାହୁଳ ଡେଇଁ ପଡିଥିଲେ। କିନ୍ତୁ ପୋଲିସ ପୂର୍ବରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଜାଲ ବିଛାଇ ରଖିଥିଲେ ବୋଲି ଉକ୍ତ ଯୁବକଙ୍କ ଜୀବନ ବଞ୍ଚିଯାଇଥିଲା।