‘‘ଦ ସ୍କାଏ ଇଜ୍‌ ପିଙ୍କ୍‌’’ର ଟ୍ରେଲର ରିଲିଜ୍‌, ଜାଣନ୍ତୁ କ’ଣ ରହିଛି ଫିଲ୍ମର ଷ୍ଟୋରୀ

ଦେଶୀ ଗର୍ଲ ପ୍ରିୟଙ୍କାଙ୍କ ଫିଲ୍ମ ‘‘ଦ ସ୍କାଏ ଇଜ୍‌ ପିଙ୍କ୍‌’’ର ରିଲିଜ୍‌ ହୋଇଛି ଟ୍ରେଲର। ଏହି ଫିଲ୍ମ ମାଧ୍ୟମରେ ପ୍ରାୟ ୩ ବର୍ଷ ପରେ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି। ଫିଲ୍ମରେ ପ୍ରିୟଙ୍କାଙ୍କ ସହ ମୁଖ୍ୟ ଭୂମିକାରେ ଜାଏରା ଓ୍ଵାସିମ୍‌, ଫରହାନ୍‌ ଅଖତର, ରୋହିତ ସରଫ ପ୍ରମୁଖ ନଜର ଆସିବେ। ଆସନ୍ତା ଅକ୍ଟୋବର ୧୧ ତାରିଖରେ ଦ ସ୍କାଏ ଇଜ୍‌ ବ୍ଲ୍ୟୁ ଫିଲ୍ମ ରିଲିଜ୍‌ ହେବ।

ସୋନାଲୀ ବୋଷଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଲଭ୍‌, ରୋମାନ୍ସ, ଇମୋଶନ୍‌, ଫ୍ୟାମିଲି ବଣ୍ଡିଂ ଆଦି ଦେଖିବାକୁ ମିଳିବ। ମୋଟିଭେସ୍‌ନାଲ ସ୍ପିକର ଆୟେଶା ଚୌଧୁରୀଙ୍କ ଜୀବନୀକୁ ନେଇ ଏହି ଫିଲ୍ମ ଆଧାରିତ। ଆୟେଶା ପଲ୍ମନରୀ ଫାଇବରୋସିସ୍‌ ରୋଗରେ ପୀଡ଼ିତ ହୋଇ ମାତ୍ର ୧୮ ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିଲେ। ୧୯୯୬ ମସିହା ମାର୍ଚ୍ଚ ୨୭ ତାରିଖରେ ଦିଲ୍ଲୀରେ ଆୟେଶା ଚୌଧୁରୀଙ୍କ ଜନ୍ମ ହୋଇଥିଲା। ଜନ୍ମବେଳୁ ହିଁ ଆୟେଶା ଇମ୍ୟୁନ୍‌ ଡେଫିସେନ୍ସି ଡିସ୍‌ଅର୍ଡରରେ ପୀଡ଼ିତ ଥିଲେ। ସେ ମାଇଁ ଲିଟିଲ୍‌ ଏପିଫାନିସ୍‌ ପୁସ୍ତକ ରଚନା କରିଥିଲେ। ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ହିଁ ଆୟେଶାଙ୍କ ପୁସ୍ତକ ଲୋକାର୍ପିତ ହୋଇଥିଲା।

ଏହାସହ ପଢନ୍ତୁ: ନିଜ ବିବାହକୁ ନେଇ ଖୁଲାସା କଲେ ଜାହ୍ନବୀ କପୁର, କହିଲେ ଏହି ମନ୍ଦିରରେ କରିବେ ବିବାହ

ଦେଖନ୍ତୁ ଟ୍ରେଲର:

ଫିଲ୍ମରେ ପ୍ରିୟଙ୍କାଙ୍କୁ ଅଦିତି ଚୌଧୁରୀ ଓ ଫରହାନ୍‌ଙ୍କୁ ନିରେନ୍‌ ଚୌଧୁରୀଙ୍କ ଭୂମିକାରେ ଦେଖିବାକୁ ମିଳିବ। ଦୁହେଁ ପତିପତ୍ନୀ ଭାବେ ଅଭିନୟ କରୁଥିବା ବେଳେ ସେମାନଙ୍କ ଝିଅ ଭୂମିକାରେ ଜାଏରା ଅଭିନୟ କରିଛନ୍ତି। ଫିଲ୍ମରେ ପ୍ରିୟଙ୍କାଙ୍କୁ ମା’ ଭୂମିକାରେ ଦେଖିବାକୁ ମିଳିବ।