Below header

ତାରିଫ କରିବାକୁ ପଡିବ ଏହି କୁକୁରକୁ , ଏମିତି ଅଭିନୟ କଲା ଯେ ମାଲିକଙ୍କର ଉଡ଼ିଗଲା ହୋସ

ଏଥର କୁକୁର ପାଇବ ବେଷ୍ଟ ଆକ୍ଟରର ଆୱାର୍ଡ। ଏକଥା ଶୁଣିବା ପରେ ଆପଣଙ୍କ ଭିତରେ ନିଶ୍ଚୟ ଆଗ୍ରହ ବଢ଼ିବ ଜାଣିବା ପାଇଁ ସେ କୁକୁରଟି ଏମିତି କଣ ଅଭିନୟ କଲା ଯେ ତାକୁ ନେଇ ଏତେ ଚର୍ଚ୍ଚା ହେଉଛି। ଆପଣ ଘରେ କୁକୁର ରଖିଲେ ତାର ଯତ୍ନ ବହୁତ ଭଲ ଭାବରେ ନେଉଥିବେ। ଏହି କୁକୁରକୁ ମଧ୍ୟ ଠିକ ସେମିତି ଯତ୍ନରେ ରଖାଯାଇଛି, ହେଲେ ଏସବୁ ସତ୍ତ୍ୱେ ବେଷ୍ଟ ଆକ୍ଟରର ଆୱାର୍ଡ କଥା କାହିଁକି ଉଠିଲା?

ଯେବେ ତାର ମାଲିକ କୁକୁରର ନଖ କାଟିବାକୁ ଲାଗିଲେ କୁକୁରଟି ହଠାତ ତଳେ ଶୋଇ ପଡ଼ିଲା । ଯେତେ ଉଠାଇଲେ ଉଠିଲାନି । ସେହି ସମୟର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି । ଝିଅଟି ନେଲକଟରରେ ଯେମିତି ତା ନଖ କାଟିବାକୁ ଯାଉଛି, ତା ପୂର୍ବରୁ କୁକୁରଟି ବେହୋସ ହେବାର ନାଟକ କରୁଛି ।

ଏହି ଭିଡ଼ିଓକୁ 6 ମିଲିୟନ ଜଣ ଲୋକ ଦେଖି ସାରିଲେଣି । ଅନେକ ଲୋକ କୁକୁରର ଏହି ଅଭିନୟର ପ୍ରଶଂସା କରି କହିଛନ୍ତି , କୁକୁରର ଅଭିନୟ ଜବରଦସ୍ତ ହେଇଛି। ତାକୁ ଓସ୍କାର ମିଳିବା ଦରକାର , ବୋଲି କମେଣ୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.