ଚନ୍ଦ୍ରାୟନ-୨କୁ ନେଇ ଟ୍ରୋଲ କରୁଥିଲେ ପାକିସ୍ତାନୀ, ଭିଡିଓ କରି କଡା ଜବାବ୍‌ ଦେଲେ ଲୋକପ୍ରିୟ ସିଙ୍ଗର୍‌ ଅଦନାନ୍‌ ସାମୀ

ଚନ୍ଦ୍ରାୟନ-୨ ମିଶନର ଲ୍ୟାଡର ବିକ୍ରମ ଠାରୁ ଇସ୍ରୋର ସମ୍ପର୍କ ବିଛିନ୍ନ ହେବା ପରେ କିଛି ପାକିସ୍ତାନୀ ୟୁଜରର୍ସମାନେ ଟ୍ଵିଟରରେ ଭାରତ ଏବଂ ଇସ୍ରୋକୁ ଟ୍ରୋଲ କରିଛନ୍ତି। ଏହି ଲୋକମାନଙ୍କ ମଧ୍ୟରେ ପାକିସ୍ତାନର ବିଜ୍ଞାନ ଏବଂ ଟେକ୍ନୋଲୋଜି ମନ୍ତ୍ରୀ ଫଓ୍ଵାଦ ଚୌଧୂରୀ ଏବଂ ପାକିସ୍ତାନ ସେନାର ପ୍ରବକ୍ତା ଆସିଫ ଘଫୁର ଭଳି ଲୋକମାନେ ମଧ୍ୟ ସାମିଲ ରହିଥିଲେ। ଗୋଟେପଟେ ଲ୍ୟାଡର ଏବଂ ଇସ୍ରୋର ସମ୍ପର୍କ ବିଛିନ୍ନ ହେବା ପରେ ବିଶ୍ୱରେ ଲୋକମାନେ ଇସ୍ରୋର ବୈଜ୍ଞାନିକମାନଙ୍କୁ ପ୍ରଶଂସା କରୁଥିବା ବେଳେ ଅନ୍ୟପଟେ ପାକିସ୍ତାନୀମାନେ ଏହି ମିଶନକୁ ନ ସହିପାରି ନିରୁତ୍ସାହିତ କରିଥିଲେ। କିନ୍ତୁ ଏହି ଘଟଣାକୁ ନେଇ ବଲିଉଡର ଲୋକପ୍ରିୟ ସିଙ୍ଗର ଅଦନାନ୍‌ ସାମୀ ଟ୍ଵିଟ୍‌ କରି ପାକିସ୍ତାନୀମାନଙ୍କୁ କଡା ଜବାବ ଦେଇଛନ୍ତି।

ଏହାସହ ପଢନ୍ତୁ: ପବଜି ଗେମ୍‌ ଖେଳିବାକୁ ବାରଣ କରିବା ପଡିଲା ମହଙ୍ଗା, ପିତାଙ୍କୁ ଖଣ୍ଡ ଖଣ୍ଡ କରି କାଟିଲା ପୁଅ

ଏହି ଟ୍ଵିଟରେ ଅଦନାନ୍‌ ସାମୀ ଏକ ଭିଡିଓ ସେୟାର କରି ପାକିସ୍ତାନକୁ ଅନ୍ତରିକ୍ଷ ମିଶନ କହିଛନ୍ତି। ଏହି ଭିଡିଓ ଖୁବ୍‌ ମଜାଦାର ହୋଇଥିବା ବେଳେ ଇମରାନ୍‌ ଖାନ୍‌ଙ୍କ ପାର୍ଟି ତହରିକ-ଏ-ଇସାଫର କୌଣସି ରାଲିର ବୋଲି ଭିଡିଓର ଗୀତରୁ ଜାଣିବାକୁ ମିଳିଛି। ଏହି ଭିଡିଓର ଶେଷରେ ଫଓ୍ଵାଦ ଚୌଧୂରୀଙ୍କ ଭଳି ଜଣେ ବ୍ୟକ୍ତି ନାଚିବାର ଦେଖିବାକୁ ମିଳିଛି। ଭାରତୀୟ ୟୁଜର୍ସମାନେ ଏହି ଟ୍ଵିଟରେ ଖୁବ୍‌ ମଜା ଉଠାଇଛନ୍ତି। ଅଦନାନ୍‌ ସାମୀଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାମୀଙ୍କର ଏହି ଭିଡିଓରେ ଲୋକମାନେ ମଜାଦାର କମେଣ୍ଟ କରିଛନ୍ତି।