Below header

ଯାଜପୁର ଖଇରାବାଦ ସେବା ସମବାୟ ସମିତିରେ ବ୍ୟାପକ ଅନିୟମିତତା ଅଭିଯୋଗ

ଯାଜପୁର ଟାଉନ(କେନ୍ୟୁଜ): ଯାଜପୁର ଜିଲ୍ଲା ଖଇରାବାଦ ସେବା ସମବାୟ ସମିତି ରେ ବ୍ୟାପକ ଅନିୟମିତତା ଅଭିଯୋଗ । ସମିତିର ଅନେକ ଚାଷୀଙ୍କର ଋଣ ଛାଡ ହୋଇଥିଲେ ହେଁ ସେମାନଙ୍କୁ ଆଜି ପର‌୍ୟ୍ୟନ୍ତ ସେମାନଙ୍କର ପ୍ରାପ୍ୟ ମିଳିନାହିଁ । ସେହିପରି ଆଗାମୀ ବର୍ଷ ପାଇଁ ଚାଷୀ ମାନଙ୍କ ପଂଜିକରଣ କରିବାର ନିୟମ ରହିଥିଲେ ହେଁ ସମବାୟ ସମିତି କର୍ତୁପକ୍ଷ ଚାଷୀ ମାନଙ୍କୁ ନାନା ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି । ସମିତିର ଚାଷୀ ମାନଙ୍କୁ ଦଳୀୟ ଭିତିରେ ହଇରାଣ ହରକତ କରାଯାଉଥିବା ଅଭିଯୋଗ ହୋଇଛି । ଏଥିସହିତ ଖିଲାପକାରୀ ଚାଷୀ ମାନଙ୍କୁ ଆଗାମୀ ସମବାୟ ନିର୍ବାଚନରୁ ବାଦ ଦେବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏ ନେଇ ଜିଲାପ୍ରଶାସନ ନିକଟରେ ଚାଷୀ ମାନେ ଅଭିଯୋଗ କରିବା ପରେ ଏହାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ସେପଟେ କେତେକ ଚାଷୀଙ୍କର ବ୍ୟାଙ୍କ ଆକାଉଂଟ୍ ନମ୍ବର ମିସ୍ ମ୍ୟାଚ ପାଇଁ ଏଭଳି ସମସ୍ୟା ହୋଇଛି ଏବଂ ଖୁବ ଶିଘ୍ର ସେମାନଙ୍କର ସମସ୍ୟା ଦୂର ହେବ ବୋଲି ସମବାୟ ସମିତିର ସଂପାଦକ ସପେଂଇ ଦେଇଛନ୍ତି । ଦଳୀୟ ଭିତିରେ ଚାଷୀ ମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.