୧୪୦ ବର୍ଷର ରେକର୍ଡ ଭାଙ୍ଗିଲା ଆଫଗାନିସ୍ତାନ ଦଳ

୧୪୦ ବର୍ଷର ରେକର୍ଡ ଭାଙ୍ଗିଛି ଆଫଗାନିସ୍ତାନ । ଏକ ନୂଆ ଦଳ ହୋଇ ମଧ୍ୟ ଏହି ରେକର୍ଡ ଟିକୁ ହାସଲ କରିପାରିଛି ଏହି ଦଳ ।
ସୋମବାର ଆଫଗାନିସ୍ତାନ କ୍ରିକେଟ ଦଳ ବାଙ୍ଗଲାଦେଶ ବିରୋଧରେ ୨୨୪ ରନ ସ୍କୋର କରି ଏକ ଐତିହାସିକ ବିଜୟ ହାସଲ କରିଛି । ଏ ପର୍ଯ୍ୟନ୍ତ ଖେଳିଥିବା ସମୁଦାୟ ୩ୟ ଟେଷ୍ଟ ମ୍ୟାଚ ଭିତରୁ ୨ଟିରେ ଜିତି ସାରିଲାଣି ଏହି ଦଳ । କ୍ୟାପଟେନ ରସିଦ ଖାନଙ୍କ ନେତୃତ୍ୱରେ ଦୃଢ ବୋଲିଂ ଦ୍ୱାରା ବାଙ୍ଗଲାଦେଶ କୁ ତାର ନିଜ ମାଟିରେ ହରାଇଛି ଆଫଗାନିସ୍ତାନ। ଏହି ବିଜୟ ସହ ଏହି ନୂଆ ଟିମଟି ଏକ ନୂଆ ରେକର୍ଡ ମଧ୍ୟ ହାସଲ କରି ଦୀର୍ଘ ୧୪୦ ବର୍ଷର ରେକର୍ଡ ଭାଙ୍ଗିଛି ।

ଏହା ସହ ପଢନ୍ତୁ:ମାରାତ୍ମକ ବଲ୍ ର ଶିକାର ହେଲେ ଇଂଲଣ୍ଡର କ୍ୟାପଟେନ ଜୋ ରୁଟ୍, ଅଳ୍ପକେ ବର୍ତ୍ତିଗଲା ଜୀବନ

ଆଫଗାନିସ୍ତାନ ଓ ବାଙ୍ଗଲାଦେଶର ଚନ୍ତଗାଓଁ ରେ ଅନୁଷ୍ଠିତ ହେଉଥିବା ଏହି ଟେଷ୍ଟ ମ୍ୟାଚରେ ୨ୟ ସ୍ତରରେ ୧୭୩ ରନ କରିଥିଲା ଆଫଗାନିସ୍ତାନ। ଫଳରେ ଏକ ସହଜ ବିଜୟ ହାସଲ କରିପାରିଥିଲା ଏହି ଦଳ। ୧୪୦ ବର୍ଷ ତଳେ ଅଷ୍ଟ୍ରେଲିଆ ନାମରେ ହିଁ ଏହି ରେକର୍ଡ ଥିଲା ଯିଏ ଅତି କମ ମ୍ୟାଚ ଖେଳି ମଧ୍ୟ ଅଧିକ ମ୍ୟାଚରେ ଜିତି ପାରିଥିଲା । ପୂର୍ବରୁ ଭାରତ ବିରୋଧରେ ବାଙ୍ଗାଲୋରରେ ଖେଳିଥିବା ଏକ ଟେଷ୍ଟ ମ୍ୟାଚରେ ମାତ୍ର ୨ ଦିନ ଭିତରେ ହିଁ ଭାରତ ୨୬୨ ରନ ହାସଲ କରିପାରିଥିଲା । ଏହି ମ୍ୟାଚରେ ଭାରତ ଠାରୁ ହାରିଯାଇଥିଲା ଆଫଗାନିସ୍ତାନ । ଏହି ବର୍ଷ ମାର୍ଚ୍ଚ ମାସରେ ଆୟାରଲ୍ୟାଣ୍ଡ ବିପକ୍ଷ ଏକ ମ୍ୟାଚରେ ୭ ଵିକେଟରେ ଆୟାରଲ୍ୟାଣ୍ଡ କୁ ହରାଇଥିଲା ଆଫଗାନିସ୍ତାନ । ଏବେ ବାଙ୍ଗଲା ଦେଶ ବିପକ୍ଷ ଟେଷ୍ଟ ମ୍ୟାଚ ଜିତି ଆଫଗାନିସ୍ତାନ ଅଷ୍ଟ୍ରେଲିଆ ସହ ସମାନ୍ତରାଳ ଭାବେ ଏକ ରେକର୍ଡ ହାସଲ କରିପାରିଛି ।

Leave A Reply

Your email address will not be published.