Below header

ଖୋର୍ଦ୍ଧାକୁ ବଦଳି ହେଲେ ବାଲେଶ୍ୱର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ

ବାଲେଶ୍ୱର(କେନ୍ୟୁଜ) : ବାଲେଶ୍ୱର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଖୋର୍ଦ୍ଧାକୁ ବଦଳି କରାଯାଇଛି। କେ.ସୁଦର୍ଶନ ଚକ୍ରବର୍ତ୍ତୀ ବାଲେଶ୍ୱରରେ ୩ ବର୍ଷ ଜିଲ୍ଲାପାଳ ଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହାତକୁ ନେଇଥିଲେ।

ତିନି ତିନୋଟି ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ପରିଚଳାନା କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସେଭଳି କୋଭିଡ୍‌ ପରିଚାଳନା ଓ ବିପର୍ଯ୍ୟୟ ମୁକାବିଲା ଦିଗରେ ତାଙ୍କର ପଦକ୍ଷେପ ପ୍ରଶଂସନୀୟ ଥିଲା। ବାଲେଶ୍ୱର ଜିଲ୍ଲାରେ ସୀମା ସମସ୍ୟା ହେଉ ବା ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରିବା, ରାସ୍ତାଘାଟର ଉନ୍ନତିକରଣ ଓ ବିଶେଷ କରି ବାଲେଶ୍ୱର ସହର ପ୍ରତି ତାଙ୍କ ଅବଦାନ ଯଥେଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.