ଖୁସି ଖବର! କମିଲା ଖାଇବା ତେଲ ଦର, ଜାଣନ୍ତୁ ଏବେ କେତେ ହେଲା ମୂଲ୍ୟ
ଖାଉଟିଙ୍କ ପାଇଁ ଖୁସି ଖବର। କମିଲା ଖାଇବା ତେଲ ଦର। ଏବେ ମହଙ୍ଗା ମାଡ଼ରୁ ମିଳିଲା ଟିକେ ଆଶ୍ୱସ୍ତି। ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ପ୍ରଭାବ ଏବେ ଧୀରେ ଧୀରେ ଦେଖିବାକୁ ମିଳୁଛି। ପୁଣିଥରେ କମିଛି ଖାଇବା ତେଲ ଦର। ଦିଲ୍ଲୀ-ଏନ୍ସିଆରର ଅନ୍ୟତମ ମୁଖ୍ୟ ଦୁଧ ଆପୂର୍ତ୍ତିକର୍ତ୍ତା ମଦର ଡାଏରୀ ପକ୍ଷରୁ ଖାଦ୍ୟ ତୈଳର ଦାମ୍ ଲିଟର ପିଛା ୧୫ ଟଙ୍କା କମାଯାଇଛି।
ଲିଟରକୁ ୧୯୩ ଟଙ୍କା ହେଲା ଦାମ୍:
ମଦର ଡାଏରୀ ପକ୍ଷରୁ କୁହାଯାଇଛି ଯେ ସାରା ବିଶ୍ୱର ବଜାରରେ ଖାଦ୍ୟ ତୈଳର ଦର ହ୍ରାସ ପାଇଛି। ଏଣୁ ଏବେ ଆମେ ବି ତେଲ ଦର କମ୍ କରିଛୁ। କମ୍ପାନୀ ପକ୍ଷରୁ ନିଜ ଖାଦ୍ୟ ତେଲକୁ ଧାରା ବ୍ରାଣ୍ଡ୍ ଅଧୀନରେ ବିକ୍ରି କରୁଛି। ଏବେ ଦର କମିବା ପରେ ଧାରା ସୋରିଷ ତେଲ ଦର ଲିଟର ପିଛା ୨୦୮ ଟଙ୍କାରୁ କମି ୧୯୩ ଟଙ୍କା ହୋଇଛି।
Mother Dairy has decided to cut edible oil prices by up to ₹15 per litre across variants, a company’s spokesperson saidhttps://t.co/drRbXZ4NTx
— Hindustan Times (@htTweets) June 16, 2022
ଏମ୍ଆରପିରେ କମିଲା ୧୫ ଟଙ୍କା:
ଏହା ବ୍ୟତୀତ ଧାରା ରିଫାଇଣ୍ଡ ସୂର୍ଯ୍ୟମୁଖୀ ତେଲ (୧ ଲିଟର ପଲି ପ୍ୟାକ୍) ପୂର୍ବରୁ ୨୩୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୨୨୦ ଟଙ୍କାରେ ବିକ୍ରି କରାଯିବ। ଧାରା ରିଫାଇଣ୍ଡ୍ ସୋୟାବିନ୍ ତେଲ (୧ ଲିଟର ପଲି ପ୍ୟାକ୍)ର ଦାମ୍ ୨୦୯ ଟଙ୍କାରୁ କମି ୧୯୪ ଟଙ୍କା ହୋଇଯିବ। ମଦର ଡାଏରୀ ପକ୍ଷରୁ ଏକ ବୟାନରେ କୁହାଯାଇଛି, ଧାରା ଖାଦ୍ୟ ତୈଳରେ ଲିଟର ପିଛା ସର୍ବାଧିକ ୧୫ ଟଙ୍କା କମାଇ ହେବ।
Also Read: ୧୦୦ ମାରିଲେ ଏଟିଏମ୍ରୁ ବାହାରୁଛି ୫୦୦ ଟଙ୍କା, ୫ ଗୁଣା ଅଧିକ ପଇସା ନେବାକୁ ଲାଗିଲା ଲୋକଙ୍କ ଭିଡ଼