ଫୋନ୍‌ ରିଚାର୍ଜ କରି ପାଆନ୍ତୁ ୨୪୦୦ ଟଙ୍କା କ୍ୟାସବ୍ୟାକ, ଆପଣ ବି ଉଠାନ୍ତୁ ଏହି ଧମାକେଦାର ଅଫରର ଲାଭ

ଧମାକେଦାର ଅଫର ନେଇ ଆସିଛି ଭୋଡାଫୋନ୍‌ ଆଇଡିଆ। ଆପଣ ଯଦି ଭୋଡାଫୋନ ଆଇଡିଆ ଗ୍ରାହକ ତେବେ ଖୁସିରେ ଝୁମିଉଠିବେ। ହଁ ଦର୍ଶକବନ୍ଧୁ କମ୍ପାନୀର ଏହି ଅଫର ଆପଣଙ୍କୁ ଏକଦମ୍‌ ଦିଓ୍ଵାନା କରିଦେବ। ଗୋଟେ ପଟେ ଯେଉଁଠି ଭାରତୀୟ ୫ଜି ସର୍ଭିସ ଆଡକୁ ଅଧିକ ଆକର୍ଷିତ ହେଉଛନ୍ତି ସେପଟେ କୋଟି କୋଟି ୟୁଜର୍ସ ଏମିତି ଅଛନ୍ତି ଯେଉଁମାନେ ୨ଜି ନେଟଓ୍ଵାର୍କ ବ୍ୟବହାର କରୁଛନ୍ତି। ଅନେକ ଟେଲିକମ୍‌ କମ୍ପାନୀ ଏମିତି ଅଫର୍ସ ଆଣୁଛନ୍ତି ଯେଉଁଥିରେ ୨ଜି ୟୁଜର୍ସ ୪ଜିରେ ଟ୍ରାନ୍ସଫର ହୋଇଯାଉଛି। ଭୋଡାଫୋନ ଆଇଡିଆ ମଧ୍ୟ ଏମିତି ଧମାକେଦାର ପ୍ଲାନ ନେଇ ଆସିଛି। ରିପୋର୍ଟ ମୁତାବକ କମ୍ପାନୀ ୟୁଜର୍ସଙ୍କୁ ରିଚାର୍ଜ କରାଇବା ଦ୍ୱାରା ଟୋଟାଲ ୨୪୦୦ ଟଙ୍କା ୨୪ ଥର ୧୦୦ ଶହେ କରି କ୍ୟାସବ୍ୟାକ୍‌ ଦେଉଛି। ଏହି ଅଫର କେବଳ ସେହିମାନଙ୍କ ପାଇଁ ଯେଉଁମାନେ ୨ଜି ୟୁଜ୍‌ କରୁଛନ୍ତି। କ୍ୟାସବ୍ୟାକ୍‌ ପାଇଁ ଏହି ୨ଜି ୟୁଜର୍ସଙ୍କୁ ୪ଜି ହ୍ୟାଣ୍ଡସେଟ୍ସ ବ୍ୟବହାର କରିବାକୁ ହେବ। ୧୦୦ ଟଙ୍କା କ୍ୟାସବ୍ୟାକ୍‌ ପ୍ରତି ମାସ ଦେଇ କମ୍ପାନୀ ୨ଜି ୟୁଜର୍ସଙ୍କୁ ୪ଜି ଫୋନ୍‌ କିଣିବାକୁ ପ୍ରେରିତ କରିବାକୁ ଚେଷ୍ଟା ଚଳାଇଛି।

୨ଜି ଗ୍ରାହକଙ୍କ ପାଇଁ ଭୋଡାଫୋନ-ଆଇଡିଆର ୪ଜି ସ୍ମାର୍ଟଫୋନ୍‌ ଅଫର

ରିପୋର୍ଟ ଦାବି କରିଛି ଯେ ଏହି ଅଫର ୩୦ ଜୁନ୍‌ ପର୍ଯ୍ୟନ୍ତ ରହିଛି। ତେବେ ଆସନ୍ତୁ ଜାଣିବା କେମିତି ଏହି ଅଫରର ଲାଭ ଉଠାଇପାରିବେ ଆପଣ।

ଷ୍ଟେପ ୧ – ଯଦି ଆପଣ ଭିଆଇର ୨ଜି ହ୍ୟାଣ୍ଡସେଟ ୟୁଜର, ତାହେଲେ ଆପଣଙ୍କୁ ୪ଜି ଫୋନକୁ ଅପଗ୍ରେଡ କରିବାକୁ ହେବ।
ଷ୍ଟେପ ୨- ଯଦି ଆପଣ ଜଣେ ଯୋଗ୍ୟ ଗ୍ରାହକ, ତେବେ ଆପଣଙ୍କୁ ଭିଆଇ ଦ୍ୱାରା ଏକ ମେସେଜ୍‌ ମିଳିବ।
ଷ୍ଟେପ ୩ – ୨୯୯ ଟଙ୍କାର ପ୍ଲାନ କିମ୍ବା ତାଠାରୁ ଅଧିକ ଅନଲିମିଟେଡ ପ୍ୟାକ୍‌ ସହିତ ଲଗାତର ୨୪ ମାସ ପର୍ଯ୍ୟନ୍ତ ପ୍ରତି ମାସ ୧୦୦ ଟଙ୍କାର କ୍ୟାସବ୍ୟାକ ପାଇବା ପାଇଁ ରିଚାର୍ଜ କରନ୍ତୁ।
ଷ୍ଟେପ ୪ – My Coupons ସେକ୍ସନରେ ନିଜର Rs 100 x 24 ମାସିକ କ୍ୟାସବ୍ୟାକ୍‌ କୁପନ ଦେଖିବା ପାଇଁ ଭିଆଇ ଆପ୍‌ ଡାଉନଲୋଡ୍‌ କରନ୍ତୁ।
ଷ୍ଟେପ ୫ – ୨୯୯ ଟଙ୍କା ଏବଂ ତାଠାରୁ ଅଧିକ ଅନଲିମିଟେଡ ପ୍ଲାନର ଆଗାମୀ ୨୪ଟି ରିଚାର୍ଜ ପାଇଁ ୧୦୦ ଟଙ୍କା ମନ୍ଥଲୀ କ୍ୟାସବ୍ୟାକ କୁପନର ଲାଭ ଉଠାନ୍ତୁ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଅଫର କେବଳ ପ୍ରିପେଡ ୟୁଜର୍ସଙ୍କ ପାଇଁ ଲାଗୁ ରହିଛି। ଏଥିପାଇଁ ଯଦି ଆପଣ କମ୍ପାନୀରୁ ୧୦୦ ଟଙ୍କା କ୍ୟାସବ୍ୟାକ ପାଇବାକୁ ଚାହୁଁଛନ୍ତି ତାହେଲେ ପ୍ରିପେଡ ରୁ ପୋଷ୍ଟପେଡକୁ ସ୍ୱିଚ କରନ୍ତୁନାହିଁ। ଏହାପରେ ଆଗାମୀ ୨୪ ମାସ ପାଈଁ ୨୯୯ ଟଙ୍କା ଏବଂ ତାଠାରୁ ଅଧିକ ପ୍ରିପେଡ ପ୍ଲାନ ସହିତ ରିଚାର୍ଜ କରିବା ବନ୍ଦ କରନ୍ତୁନାହିଁ ନଚେତ ଅଫରକୁ ହଟାଇ ଦିଆଯିବ।

ଏହି ଅଫର କେବଳ ୨ଜି ରୁ ୪ଜି ଡିଭାଇସରେ ସିଫ୍ଟ କରିଥିବା ୟୁଜର୍ସଙ୍କ ପାଇଁ ଲାଗୁ ରହିଛି ଏବଂ ଯେଉଁମାନେ ପୂର୍ବରୁ ହିଁ ଭିଆଉ ୟୁଜର୍ସ ଅଛନ୍ତି। ଆପଣଙ୍କୁ ଭିଆଇ ଆପରେ ମିଳୁଥିବା ୧୦୦ ଟଙ୍କାର କ୍ୟାସବ୍ୟାକ କୁପନର ଭ୍ୟାଲିଡିଟୀ କେବଳ ୩୦ ଦିନ ପର୍ଯ୍ୟନ୍ତ ରହିବ। ଏଥିପାଇଁ ଆପଣଙ୍କୁ ପ୍ରତି ୩୦ ଦିନ ଭିତରେ କୌଣସି ନା କୌଣସି ପ୍ରକାର ରିଚାର୍ଜ ପାଇଁ ଏହି ଭାଉଚରର ଉପଯୋଗ କରିବାକୁ ହେବ ନଚେତ ଆପଣ ଏହି ଅଫରର ଲାଭ ଉଠାଇବା ଠାରୁ ବଞ୍ଚିତ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.