Below header

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ସରଗରମ ରାଜନୀତି, ଆଜି ଯାଞ୍ଚ ହେବ ପ୍ରାର୍ଥିପତ୍ର

ବାଲେଶ୍ୱର/ତିର୍ତ୍ତୋଲ: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ସରଗରମ ରାଜନୀତି । ପ୍ରାର୍ଥୀ ପ୍ରସ୍ତୁତ, ମୈଦାନ ପ୍ରସ୍ତୁତ। ଗତକାଲି ନାମାଙ୍କନ ଦାଖଲ ଶେଷ ପରେ ଜମିବ ଜୋରଦାର ପ୍ରଚାର। ଉଭୟ ବିଜେଡି ଓ ବିଜେପି ଜାରି କରିଛନ୍ତି, ନିଜର ଷ୍ଟାର କ୍ୟାମ୍ପେନର ତାଲିକା।

କୋଭିଡ୍‌ କଟକଣା ଭିତରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ ଆରମ୍ଭ କରିବେ ୩ ଦଳର ପ୍ରାର୍ଥୀ। ବାଲେଶ୍ୱର ସଦର ଅଂଚଳ ଏବେ ଉଠୁଛି ପଡୁଛି। ମାଳମାଳ ନେତାଙ୍କ ସହ ରାଜନୀତି ମହାଲୋ ପୁରା ସରଗରମ। ତିର୍ତ୍ତୋଲରେ ବି ସରଗରମ ରହିଛି ମାହୋଲ। ଆଜି ରହିଛି ପ୍ରାର୍ଥିପତ୍ର ଯାଞ୍ଚ। ୧୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.