Below header

ସରିଲା ବାଲିଯାତ୍ରା ମଉଜ, ୯ ଦିନରେ ୮୦କୋଟିର ବେପାର!

କଟକ: ସରିଗଲା କଟକ ବାଲିଯାତ୍ରା ମଉଜ। ୯ଦିନ ଧରି ଦୁଲୁକି ଉଠିଥିଲା କଟକ ସହର। ନଭେମ୍ବର ୧୨ରୁ ଆରମ୍ଭ ହୋଇଥିବା ଯାତ୍ରାରେ ୯ ଦିନରେ ୮୦କୋଟିର ବେପାର ହୋଇଥିଲା। ଗତକାଲି ଶେଷ ଦିନ ଥିବାରୁ ଲକ୍ଷାଧିକ ଲୋକଙ୍କ ଭିଡ ଜମିଥିଲା। ଖାଇବା ପିଇବା ସହ ନାଚ, ଗୀତରେ ଦୁଲୁକି ଉଠିଥିଲା ମଞ୍ଚ। ଓଡ଼ିଶୀ ନୃତ୍ୟ, ମାଆ ଦୁର୍ଗାଙ୍କ ବନ୍ଦନା ଓ ଅଭିନେତା ସବ୍ୟସାଚୀଙ୍କ ଫିଲ୍ମ ଡାଇଲଗ ଦର୍ଶକଙ୍କ ମନ ମୋହିଥିଲା। ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ୱ ଦର୍ଶକ ଆସି ମନଭରି ଉପଭୋଗ କରିଥିଲେ। ପିଲାମାନେ ବେଶ୍‌ ମଜା ନେଇଥିଲେ ଦୋଳି ଖେଳର । ଏବେ ପୁଣି ଅପେକ୍ଷା ଆରବର୍ଷକୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.