ଏହି ୧୨ଜଣ ଲୋକଙ୍କ ସହ କେବେ ବି ବାଦ-ବିବାଦ କରିବା ଉଚିତ ନୁହେଁ, ନଚେତ୍‌ ଭୋଗିପାରନ୍ତି ଭୟଙ୍କର କଷ୍ଟ

କିଛି ଲୋକ ଏପରି ଥାଆନ୍ତି, ଯେଉଁମାନେ ଛୋଟ ଛୋଟ କଥାରେ କାହା ସହିତ ବି ବିବାଦ କରିଦିଅନ୍ତି। ସେମାନେ ଏହା ଜାଣିଶୁଣି କରି ନ ଥାଆନ୍ତି, ବରଂ ସେମାନଙ୍କ ସ୍ୱଭାବ ହିଁ ଏମିତି ହୋଇଥାଏ। ମନୁ ସ୍ମୃତି ଅନୁସାରେ, ଦୁନିଆର ୧୨ଜଣ ଲୋକଙ୍କ ସହ କେବେ ବି ବାଦ-ବିବାଦ କରିବା ଉଚିତ ନୁହେଁ। ତେବେ ଆସନ୍ତୁ ଜାଣିବା କିଏ ସେହି ୧୨ ପ୍ରକାର ଲୋକ।

୧. ଯଜ୍ଞ କରୁଥିବା ବ୍ରାହ୍ମଣ/ପୁରୋହିତ

ଯଜ୍ଞ କରୁଥିବା ବ୍ରାହ୍ମଣ ସବୁବେଳେ ସମ୍ମାନଯୋଗ୍ୟ ଅଟନ୍ତି। ଯଦି ତାଙ୍କ ଦ୍ୱାରା କରାଯାଉଥିବା କୌଣସି ପ୍ରକାର କାଯ୍ୟର୍ ଆପଣଙ୍କୁ ସନ୍ତୁଷ୍ଟ ନ କରେ, ତଥାପି ତାଙ୍କ ସହିତ କେବେ ବି ବାଦ କରିବା ଉଚିତ ନୁହେଁ। ଯଦି ଏପରି କରିବେ, ତା’ହେଲେ ଆପଣଙ୍କ ମାନ, ପ୍ରତିଷ୍ଠା ଧୂଳିସାତ୍‌ ହୋଇଯିବ।

୨. ଆଚାର୍ଯ୍ୟ

ପ୍ରାଚୀନକାଳରେ ପିଲାମାନଙ୍କୁ ଗୁରୁକୁଳ ପଠାଯାଉଥିଲା, ଯେଉଁଠି ଆଚାର୍ଯ୍ୟ ଶିକ୍ଷାଦାନ କରୁଥିଲେ। ଏବେ ସେହି ସ୍ଥାନ ସ୍କୁଲ ଶିକ୍ଷକ ନେଇଛନ୍ତି। ମନୁ ସ୍ମୃତି ଅନୁସାରେ, ଆଚାର୍ଯ୍ୟ ଅର୍ଥାତ୍‌ ସ୍କୁଲ ଶିକ୍ଷକଙ୍କ ସହ କେବେ ବି ବାଦ-ବିବାଦ କରିବା ଉଚିତ ନୁହେଁ। ଯଦି ଆପଣ ଏପରି କରିବେ ନାହିଁ, ତା’ହେଲେ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ବିପଦରେ ପଡ଼ିପାରେ।

ଏହାସହ ପଢ଼ନ୍ତୁ: ଜାଣନ୍ତିକି ଆପଣଙ୍କ ସୌଭାଗ୍ୟ ବଢ଼ାଇପାରିବ ଏହି ୫ଟି ପତ୍ର

photo1

୩. ଅତିଥି

ହିନ୍ଦୁ ଧର୍ମରେ ଅତିଥିଙ୍କୁ ଭଗବାନଙ୍କ ସଂଜ୍ଞା ଦିଆଯାଇଛି। ତେଣୁ ଅତିଥିଚର୍ଚ୍ଚା ଠିକ୍‌ ଭାବେ କରିବା ଉଚିତ। ଭୁଲ୍‌ରେ ବି କେବେ ସେମାନଙ୍କ ସହ ବାଦ-ବିବାଦ କରିବା ଉଚିତ ନୁହେଁ। ନଚେତ୍‌ ଆପଣଙ୍କ ସାମାଜିକ ପ୍ରତିଷ୍ଠାକୁ ଠୋସ୍‌ ଲାଗିପାରେ।

୪. ମା’

ମା’ ହିଁ ଶିଶୁର ପ୍ରଥମ ଶିକ୍ଷକ ହୋଇଥାଏ। ୯ ମାସ ନିଜ ଗର୍ଭରେ ଶିଶୁକୁ ଧାରଣ କରିଥାଏ। ଯଦି ବୃଦ୍ଧାବସ୍ଥାରେ ତାଙ୍କ ଦ୍ୱାରା କୌଣସି ଭୁଲ୍‌ ହୋଇଯାଏ, ତା’ହେଲେ ତାଙ୍କୁ ପ୍ରେମରେ ବୁଝାଇବା ଉଚିତ। କେବେ ବି ତାଙ୍କ ସହ ବାଦ-ବିବାଦ କରିବା ଉଚିତ ନୁହେଁ। ମା’ର ସ୍ଥାନ ଗୁରୁ ଏବଂ ଭଗବାନଙ୍କ ଉପରେ ହିଁ ଗଣାଯାଇଥାଏ। ସେ ସବୁବେଳେ ପୂଜନୀୟା।

୫. ବାପା

ମନୁ ସ୍ମୃତିରେ ଲେଖାଯାଇଛି, ବାପାଙ୍କ ସହ କେବେ ବାଦ କରିବା ଉଚିତ ନୁହେଁ। ସେ ଜନ୍ମରୁ ଯୁବାବସ୍ଥା ପଯ୍ୟର୍ନ୍ତ ଆମର ପାଳନ-ପୋଷଣ କରିଥାଆନ୍ତି। ବାପା ମଧ୍ୟ ମା’ଙ୍କ ଭଳି ପୂଜନୀୟ ହୋଇଥାଆନ୍ତି। ଆମେ ଯେତେବେଳେ ବି କୌଣସି ସମସ୍ୟାରେ ପଡ଼ୁ, ପ୍ରଥମେ ବାପାଙ୍କୁ ହିଁ ଖୋଜିଥାଉ। ବୃଦ୍ଧାବସ୍ଥାରେ ମଧ୍ୟ ବାପା ନିଜ ଅନୁଭବ ଅନୁସାରେ ଆମର ମାର୍ଗଦର୍ଶନ କରିଥାଆନ୍ତି।

ଏହାସହ ପଢ଼ନ୍ତୁ: ଷ୍ଟ୍ରେସ ଲେବୁଲ କମ କରେ ଡାର୍କ ଚକୋଲେଟ, ଜାଣନ୍ତୁ ଚକୋଲେଟ ଖାଇବାର ଫାଇଦା

photo4

୬. ଭାଇ

ହିନ୍ଦୁ ଧର୍ମ ଅନୁସାରେ ବଡ଼ ଭାଇ ବାପାଙ୍କ ସମାନ ଆଉ ସାନ ଭାଇ ପୁତ୍ର ସମାନ ହୋଇଥାଆନ୍ତି। ବଡ଼ ଭାଇ ସବୁବେଳେ ଆମର ମାର୍ଗଦର୍ଶକ ସାଜି ଆମକୁ ଭଲ ରାସ୍ତାରେ ଚାଲିବାକୁ ପ୍ରେରଣା ଦିଅନ୍ତି। ଯଦି ଛୋଟ ଭାଇ ଅଛି, ତା’ହେଲେ ତା’ର ଭୁଲ୍‌ଗୁଡ଼ିକୁ କ୍ଷମା କରିଦେବା ଆପଣଙ୍କ ବଡ଼ପଣିଆ ହେବ। ଯଦି ବଡ଼ ଭାଇ ପରିବାର ରୂପୀ ବଟବୃକ୍ଷ ସାଜନ୍ତି, ତା’ହେଲେ ଛୋଟ ଭାଇ ସେହି ବୃକ୍ଷର ଶାଖା ଭଳି। ତେଣୁ ବଡ଼ ଭାଇ ହୁଅନ୍ତୁ କି ଛୋଟ ଭାଇ, କେବେ ବି ସେମାନଙ୍କ ସହ ବାଦ କରିବା ଉଚିତ ନୁହେଁ।

୭. ଭଉଣୀ

ଭାରତୀୟ ସଭ୍ୟତାରେ ବଡ଼ ଭଉଣୀ ମା’ ସମ୍ମାନ ଏବଂ ସାନ ଭଉଣୀ ପୁତ୍ରୀ ସମାନ ହୋଇଥାଆନ୍ତି। ବଡ଼ ଭଉଣୀ ସଙ୍କଟ ସମୟରେ ଆମକୁ ଉଚିତ ରାସ୍ତା ଦେଖାନ୍ତି। ସେହିଭଳି ସାନ ଭଉଣୀ କୌଣସି ଶୁଭ ଉତ୍ସବକୁ ଖାସ୍‌ ବନାଇଦେଇଥାଏ। ସେ ଘରେ ଥିଲେ, ଘରର ବାତାବରଣ ସୁଖମୟ ହୋଇଯାଏ। ତେଣୁ ଭଉଣୀ ସହିତ ବାଦ କରିବା ଉଚିତ ନୁହେଁ।

୮. ପୁଅ/ଝିଅ

ହିନ୍ଦୁ ଧର୍ମଗ୍ରନ୍ଥରେ ପୁଅକୁ ବାପାଙ୍କ ସ୍ୱରୂପ ବୋଲି କୁହାଯାଏ। ଅର୍ଥାତ୍‌ ପୁଅ ହିଁ ବାପାଙ୍କ ରୂପରେ ପୁନଃଜନ୍ମ ନେଇଥାଏ। ଶାସ୍ତ୍ର ଅନୁସାରେ ପୁଅ ହିଁ ପୁଂ ନାମକ ନର୍କରୁ ମୁକ୍ତି ଦେଇଥାଏ। ପୁତ୍ର ପିଣ୍ଡଦାନ, ତର୍ପଣ ଆଦି କଲେ ବାପାଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ।
ସେହିପରି ଝିଅକୁ ମା’ ଲକ୍ଷ୍ମୀଙ୍କ ରୂପ ବୋଲି ଗଣାଯାଏ। କୁହାଯାଏ, ଭଗବାନ ଯାହାଙ୍କ ଉପରେ ପ୍ରସନ୍ନ ହୋଇଥାଆନ୍ତି, ତାଙ୍କୁ ଝିଅ ଦିଅନ୍ତି। ଝିଅ ସବୁବେଳେ ନିଜ ମା’ବାପାଙ୍କ କଥା ବୁଝିଥାଏ। ପରିବାରରେ ହେଉଥିବା ସବୁ ମାଙ୍ଗଳିକ କାଯ୍ୟର୍କ୍ରମରେ ଝିଅ ହିଁ ଖୁସି ଭରିଦେଇଥାଏ। ଏଥିପାଇଁ ପୁଅ/ଝିଅଙ୍କ ସହ କେବେ ବି ବାଦ-ବିବାଦ ରଖିବା ଉଚିତ ନୁହେଁ।

ଏହାସହ ପଢ଼ନ୍ତୁ: ଶାସ୍ତ୍ର ଅନୁସାରେ ଏହି ୧୦ଟି ଅଭ୍ୟାସ ହୋଇଥାଏ ଖରାପ, ଦିଏ ଅଶୁଭ ଫଳ

photo46

୯. ସ୍ତ୍ରୀ

ହିନ୍ଦୁ ଧର୍ମରେ ସ୍ତ୍ରୀକୁ ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଏ, ଯାହାର ଅର୍ଥ ହେଲା ସ୍ୱାମୀଙ୍କ ଶରୀରର ଅଧା ଅଙ୍ଗ। କୌଣସି ଶୁଭ କାଯ୍ୟର୍ରେ ସ୍ତ୍ରୀ ସାଥୀରେ ରହିବା ନିହାତି ଦରକାର। ତାଙ୍କ ବିନା ପୂଜା ଅଧୁରା ବୋଲି କୁହାଯାଏ। ସ୍ତ୍ରୀ ସବୁ ସୁଖଦୁଃଖରେ ନିଜ ସ୍ୱାମୀଙ୍କ ହାତ ଧରିଥାଏ। ବୃଦ୍ଧାବସ୍ଥାରେ ସ୍ତ୍ରୀ ହିଁ ସାହାରା ବନିଥାଏ। ତେଣୁ ସ୍ତ୍ରୀ ସହିତ କେବେ ବି ବାଦ କରିବା ଉଚିତ ନୁହେଁ।

୧୦. ପୁତ୍ରବଧୂ

ଭାରତୀୟ ସଂସ୍କୃତିରେ ପୁତ୍ରବଧୂ ଝିଅ ସମାନ ହୋଇଥାଏ। ଝିଅଙ୍କ ଅଭାବରେ ପୁତ୍ରବଧୂ ହିଁ ଘରକୁ ହସଖସିରେ ଭରି ଦେଇଥାଏ। କୂଳର ମାନ, ମଯ୍ୟର୍ାଦା ମଧ୍ୟ ତାଙ୍କ ହାତରେ ରହିଥାଏ। ପରିବାରର ସମସ୍ତଙ୍କ ସେବା ପୁତ୍ରବଧୂ ହିଁ କରିଥାଏ। ସେ ବଂଶକୁ ଆଗକୁ ବଢ଼ାଇଥାଏ। ତେଣୁ ତାଙ୍କ ସହ କେବେ ବି ବିବାଦ କରନ୍ତୁ ନାହିଁ।

ଏହାସହ ପଢ଼ନ୍ତୁ: ଯାହାଙ୍କ ଘରେ ନାହିଁ ଏହି ୪ଟି ଜିନିଷ, ତାଙ୍କ ଘରକୁ କଦାପି ଯାଆନ୍ତୁ ନାହିଁ ଅତିଥି ହୋଇ

photo9

୧୧. ଗୃହ ସେବକ ବା ଚାକର

ମନୁ ସ୍ମୃତିରେ ଲେଖାଯାଇଛି, ଗୃହ ସେବକ ଅର୍ଥାତ୍‌ ଘରର ଚାକରଙ୍କ ସହ ବିବାଦ କରିବା ଉଚିତ ନୁହେଁ। କାରଣ, ପୁରୁଣା ସେବକ ଆପଣଙ୍କ ପରିବାର ବିଷୟରେ ସବୁ ଗୁପ୍ତ କଥା ଜାଣିଥାଏ। ବାଦ-ବିବାଦ କଲେ, ସେ ସେହି ଗୁପ୍ତ କଥାକୁ ସାର୍ବଜନୀନ କରିପାରେ। ଏହାଦ୍ୱାରା ଆପଣଙ୍କ ପ୍ରତିଷ୍ଠା ଖରାପ ହୋଇପାରେ।

୧୨. ଜ୍ୱାଇଁ

ଜ୍ୱାଇଁକୁ ପୁଅ ସମାନ ବୋଲି କୁହାଯାଏ। ପୁଅ ନ ଥିଲେ, ଜ୍ୱାଇଁ ହିଁ ତାଙ୍କ ସମ୍ବନ୍ଧିତ ସମସ୍ତ କାମ ସମ୍ଭାଳିଥାଏ। ଆଉ ଶ୍ୱଶୁରଙ୍କ ଉତ୍ତର କାଯ୍ୟର୍ ଯେପରି ପିଣ୍ଡଦାନ, ତର୍ପଣ, ଶ୍ରାଦ୍ଧ ଆଦି କରିବାର ଅଧିକାର ମଧ୍ୟ ଥାଏ। ତେଣୁ ତାଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ। ହୁଏତ ଏହାଦ୍ୱାରା ଆପଣଙ୍କ ଝିଅର ଦାମ୍ପତ୍ୟ ଜୀବନ ଖରାପ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.