ଡିସେମ୍ବରର ଠାରୁ ଆଉ ଟୋଲ ପ୍ଲାଜାରେ ରଖିବାକୁ ପଡିବନି ଗାଡି, ଫାସଟ୍ୟାଗ୍‌ ଦ୍ୱାରା ଆପେ ଆପେ ଭରିଯିବ ଟୋଲଟ୍ୟାକ୍ସ

ଆସନ୍ତା ମାସ ଠାରୁ ନ୍ୟାସନାଲ ହାଇୱେରେ ଥିବା ଟୋଲ ପ୍ଲାଜାରେ ଟୋଲ ଦେବାପାଇଁ ଆଉ ଗାଡି ରଖିବାକୁ ପଡିବନାହିଁ। ଏନଏଚଏଆଇ ଅର୍ଥାତ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ୧ ଡିସେମ୍ବର ଠାରୁ ନ୍ୟାସନାଲ ହାଇୱେ ଉପରେ ଥିବା ଟୋଲ ପ୍ଲାଜାର ସମସ୍ତ ଲେନକୁ ଫାସଟ୍ୟାଗ୍‌ ସହିତ ଲେସ୍‌ କରାଇାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଦେଶର ରାଷ୍ଟ୍ରୀୟ ରାଜମାର୍ଗ ଉପରେ ୫୮୭ଟି ଟୋଲ ପ୍ଲାଜା ରହିଛି। ଯେଉଁଥିରେ ୩୮୦ ଟୋଲ ପ୍ଲାଜାର ଲେନକୁ ଫାସଟ୍ୟାଗ୍‌ ସହିତ ଲେସ୍‌ କରାଯାଇସାରିଲାଣି। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏହି ଫାସଟ୍ୟାଗ୍‌ କଣ ଏବଂ ଏହା ଦ୍ୱାରା କେମିତି ଲୋକଙ୍କୁ ଫାଇଦା ମିଳିବ, ଯାହାକୁ ନେଇ ସରକାର ଗୋଟିଏ ଦେଶ ଗୋଟିଏ ଫାସଟ୍ୟାଗ୍‌ର ନାରା ଶୁଣାଇଛନ୍ତି।

car tollତେବେ ପ୍ରଥମେ ଆସନ୍ତୁ ଜାଣିବା ଏହି ଫାସଟ୍ୟାଗ୍‌ କଣ?

ଗାଡିର ଓ୍ଵିଣ୍ଡୋ ସ୍କ୍ରିନରେ ଫାସଟ୍ୟାଗ୍‌ ଲଗାଯାଇଥାଏ। ଏଥିରେ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍‌(RFID) ରହିଥାଏ। ତେଣୁ ଯେମିତି ହିଁ ଆପଣଙ୍କ ଗାଡି ଟୋଲ ପ୍ଲାଜା ପାଖରେ ପହଁଚିବ ସେତେବେଳେ ଟୋଲ ପ୍ଲାଜା ଉପରେ ଲାଗିଥିବା ସେନସର୍‌ ଆପଣଙ୍କ ଗାଡିର ଓ୍ଵିଣ୍ଡୋ ସ୍କ୍ରିନରେ ଲାଗିଥିବା ଫାସଟ୍ୟାଗ୍‌ ସମ୍ପର୍କରେ ଆସିବ। ଏହି ସେନସର ଫାସଟ୍ୟାଗ୍‌ ସମ୍ପର୍କରେ ଆସିବା ମାତ୍ରକେ ହିଁ ଆପଣଙ୍କ ଫାସଟ୍ୟାଗ୍‌ ଆକାଉଣ୍ଟରୁ ଟଙ୍କା ଆପେ ଆପେ କଟିଯିବ। ଟଙ୍କା କଟିବା ପରେ ଆପଣଙ୍କ ମୋବାଇଲକୁ ଏକ ମେସେଜ୍‌ ଆସିବ। ଏହି ଫାସଟ୍ୟାଗ୍‌ ଦ୍ୱାରା ଆପଣ ଟୋଲ ପ୍ଲାଜାରେ ଗାଡିଟିକୁ ନ ରଖି ମଧ୍ୟ ଆରାମରେ ହିଁ ନିଜର ଟୋଲ ଟ୍ୟାକ୍ସ ଭରି ଚାଲିଯାଇପାରିବେ।

Fastagଏହି ଫାସଟ୍ୟାଗ୍‌ ଜରିଆରେ ଟୋଲ ପ୍ଲାଜାରେ ଟୋଲ ଟ୍ୟାକ୍ସର ପେମେଣ୍ଟ ଆପେ ଆପେ ହୋଇଯାଇଥାଏ। କେବଳ ଏତିିକି ନୁହେଁ ଯଦି ଏହି ଫାସଟ୍ୟାଗରୁ ଟଙ୍କା ସରିଯାଏ ତେବେ ଆପଣ ଏହାକୁ ପୁର୍ନବାର ରିଚାର୍ଜ କରାଇପାରିବେ। ଏବେ ଆପଣ ଭାବୁଥିବେ ଏହି ଫାସଟ୍ୟାଗକୁ ରିଚାର୍ଜ କେମିତି କରାଯିବ। ତେବେ ଆମେ ଏଠି ଆପଣଙ୍କୁ ଏହାକୁ ରିଜାର୍ଜ କରାଇବାର ଉପାୟ ବିଷୟରେ ଜଣାଇବୁ।

ଏହାସହ ପଢନ୍ତୁ : ବିନା ଇଣ୍ଟରନେଟରେ ବି ଜାଣିପାରିବେ ଟ୍ରେନର ଲାଇଭ ଲୋକେସନ, ଜାଣନ୍ତୁ କେମିତି

ଆପଣ ଏହାକୁ କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ, ଇଣ୍ଟରନେଟ୍‌ ବ୍ୟାକିଂ, ଆରଟିଜିଏସ୍‌ ଦ୍ୱାରା ମଧ୍ୟ ରିଚାର୍ଜ କରାଇପାରିବେ। ଏହି ଫାସଟ୍ୟାଗ୍‌ ଖାତାରେ ଆପଣ ୧୦୦ ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରଖିପାରିବେ। ଏହି ଫାସଟ୍ୟାଗ୍‌ର ଭ୍ୟାଲିଡିଟୀ ୫ ବର୍ଷ ପର୍ଯ୍ୟନ୍ତ ରହିଥାଏ ଏବଂ ଆପଣଙ୍କୁ ପୁଣି ଥରେ ଆଉ ଗୋଟେ ନୂଆ ଫାସଟ୍ୟାଗ୍‌ କରିବାକୁ ପଡିବ।

Fastag1ଏବେ ପ୍ରଶ୍ନ ଆମେ ଏହି ଫାସଟ୍ୟାଗ୍‌କୁ କେଉଁଠୁ କିଣିପାରିବା ବା ପାଇପାରିବା? ତେବେ ଏଥିପାଇଁ ଆପଣଙ୍କୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ କରଣ ଏହି ଫାସଟ୍ୟାଗ୍‌ ସମସ୍ତ ଟୋଲ ପ୍ଲାଜା ଏବଂ କିଛି ବ୍ୟାଙ୍କ ର ସେକେଣ୍ଡ ଏଜେନ୍ସୀରେ ମିଳିଯିବ। ସେହିପରି କିଛି ବ୍ୟାଙ୍କ ଏଥିପାଇଁ ଅନଲାଇନ୍‌ ଫର୍ମ ଭରୁଛି, ଯେଉଁଠି ଆପଣ ଫାସଟ୍ୟାଗ୍‌ ପାଇଁ ଆବେଦନ କରିପାରିବେ। ଏହାପରେ ଜରୁରୀ ଔପଚାରିକ ପୂରା ହୋଇଗଲା ପରେ ଫାସଟ୍ୟାଗ୍‌ ଖାତା ସଂଖ୍ୟା ଗ୍ରାହକଙ୍କୁ ବଣ୍ଟନ କରିଦିଆଯାଏ।

ନିଶ୍ଚିତ ପଢନ୍ତୁ : ସବୁବେଳେ ସମ୍ଭାଳି ରଖନ୍ତୁ ଗାଡିର ଦ୍ୱିତୀୟ ଚାବି, ନଚେତ ମିଳିବନାହିଁ ଇନସୁରାନ୍ସ କ୍ଳେମ

ଫାସଟ୍ୟାଗ୍‌ ପାଇଁ ଆପଣଙ୍କୁ କେଉଁ କେଉଁ କାଗଜପତ୍ରର ଆବଶ୍ୟକତା ପଡିବ। ସର୍ବପ୍ରଥମେ ଗାଡିର ରେଜିଷ୍ଟ୍ରେସନ ସାର୍ଟିଫିକେଟ ଏବଂ ଗାଡି ମାଲିକଙ୍କ ପାସପୋର୍ଟ ସାଇଜ୍‌ ଫଟୋ ଜରୁରୀ ହୋଇଥାଏ। ତେବେ ଏହି ଫାସଟ୍ୟାଗ୍‌ ପାଇବା ପରେ ଡିସେମ୍ବର ୧ ତାରିଖ ଠାରୁ ଆପଣଙ୍କୁ ଟୋଲ ପ୍ଲାଜାରେ ଆଉ ଗାଡି ରଖିବାକୁ ପଡିନନାହିଁ କି ଟୋଲ ପ୍ଲାଜାରେ ଟୋଲ୍‌ ଟ୍ୟାକ୍ସ ଭରିବା ପାଇଁ ଅପେକ୍ଷା କରିବକାୁ ପଡିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.