Below header

ବାଲିଗୁଡା ଡହଲପଡି ଜଙ୍ଗଲରେ ଜୁଆ ଆଡା ଚାଲିଥିବାବେଳେ ଚଢ଼ାଉ, ୮ଗିରଫ

ବାଲିଗୁଡା :କନ୍ଧମାଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଉଛି l ଏଥିପାଇଁ ବାଲିଗୁଡାର ୧୩ଯାକ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ଘରୁ ନ ବାହାରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି l ତଥାପି କରୋନା ଭୟାଭୟକୁ ଖାତିର ନ କରି କଣ୍ଟେନମେଣ୍ଟ ଜୋନ ସତ୍ୱେ ବାହାରକୁ ବାହାରି ଜଙ୍ଗଲ ଭିତରେ ଜୁଆ ଖେଳିବାକୁ ପଛାଉନାହାନ୍ତି ଅମାନିଆ ଜୁଆଳି l

lootବାଲିଗୁଡା ଥାନା ଡହଲପଡି ଜଙ୍ଗଲରେ ଜୁଆ ଆଡା ଜମାଇଥିବା ଅମାନିଆ ଜୁଆ ଆଡା ଉପରେ ବାଲିଗୁଡା ପୋଲିସ ଚଢ଼ାଉ କରିଛି l ଆଠ ଜଣ ଜୁଆଡିଙ୍କୁ ଗିରଫ କରିଛି ବାଲିଗୁଡା ପୋଲିସ l ଅମାନିଆ ଜୁଆଳି ଠାରୁ ନଗଦ ୨୮୧୦୦ ଟଙ୍କା, ଆଠଟି ବାଇକ, ଆଠଟି ମୋବାଇଲ ଫୋନ ଓ ଦଶ ପ୍ଯାକେଟ ତାସ ଜବତ କରିଛି l ଗିରଫ ହୋଇଥିବା ଆଠ ଜୁଆଳି ବାଲିଗୁଡା ଅଂଚଳର l ବାଲିଗୁଡା ସହରର ହାଟପଦା ସାହିର ତାପସ ନାୟକ, ସୁନାପାଙ୍ଗା ର ଜଳନ୍ଧର ପଲେଇ, ବନ୍ଧସାହି ର ଦିଲୀପ ପାତ୍ର, ବଜାର ସାହିର ସିମାଞ୍ଚଳ ପାଣିଗ୍ରାହୀ, ପୂଜାରୀ ସାହିର ସାଧୁ ଚରଣ ମହାପାତ୍ର, ଆଣ୍ଟସାହି ର ଅସିତ ସାହୁ, ବସଷ୍ଟାଣ୍ଡ ଅଂଚଳର ରବୀନ୍ଦ୍ର ସାହୁ ଓ ମେଘନା ନାୟକ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.