Below header

ବଦଳିଗଲା ଦୁଇଚକିଆ ଯାନର ନିୟମ: ବାଇକ ଚାଳକଙ୍କ ପାଇଁ ସରକାର ଆଣିଲେ ନୂଆ ଗାଇଡଲାଇନ, ଜାଣନ୍ତୁ ନୂଆ ନିୟମ

ବାଇକ ଚାଳକଙ୍କ ପାଇଁ ସରକାର ଆଣିଲେ ନୂଆ ଗାଇଡଲାଇନ । ବଦଳିଗଲା ଦୁଇଚକିଆ ଯାନର ନିୟମ । ଏବେ ବାଇକରେ ବସିବା ଲୋକଙ୍କ ପାଇଁ ବି ସରକାର ଆଣିଛନ୍ତି ନୂଆ ଗାଇଡଲାଇନ । ସଡକ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଅନେକ ନିୟମ ପରିବର୍ତ୍ତନ କରୁଥିବାବେଳେ କିଛି ନୂଆ ନିୟମ ତିଆରି ମଧ୍ୟ କରିଛନ୍ତି । ନିକଟରେ ଦୁଇ ଚକିଆ ଯାନରେ ବସୁଥିବା ଲୋକଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଏଣିକି ବଦଳିଯିବ ବାଇକରେ ବସିବାର ତରିକା, ତାହେଲେ ଆସନ୍ତୁ ଜାଣିବା କଣ ରହିଛି ଏହି ନିର୍ଦ୍ଦେଶାବଳୀରେ ।

ପରିବହନ ମନ୍ତ୍ରଣାଳୟର ଗାଇଡଲାଇନ୍ ଅନୁଯାୟୀ ବାଇକର ଦୁଇ ପାଶ୍ୱର୍ରେ ଉଭୟ ଚାଳକ ଏବଂ ପଛରେ ବସୁଥିବା ଲୋକଙ୍କ ପାଖରେ ଏକ ହ୍ୟାଣ୍ଡହୋଲଡ ରହିବ । ଏଭଳି ନିୟମର ଉଦ୍ଦେଶ୍ୟ ହେଉଛି, ପଛରେ ବସୁଥିବା ଚାଳକଙ୍କ ସୁରକ୍ଷା । ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକାଂଶ ବାଇକରେ ଏହି ସୁବିଧା ନଥିଲା । ଏହା ସହିତ ବାଇକ୍ ପଛରେ ବସିଥିବା ଲୋକଙ୍କ ପାଇଁ ଉଭୟ ପାର୍ଶ୍ୱରେ ପେଡେଷ୍ଟାଲ୍ ବାଧ୍ୟତାମୂଳକ କରାଯାଇଛି ।

  • ଏହା ବ୍ୟତୀତ ବାଇକର ପଛ ଚକର ବାମ ପଟର ଅଧା ଅଂଶ ସୁରକ୍ଷିତ ଭାବେ କଭର କରାଯିବ ଯାହା ଦ୍ୱାରା ପଛରେ ବସିଥିବା ଲୋକଙ୍କ ପୋଷାକ ପଛ ଚକରେ ଲାଗିବ ନାହିଁ ।
  • ଏହା ସହିତ ମନ୍ତ୍ରଣାଳୟ ବାଇକରେ ଏକ ହାଲୁକା ଡିକି ଲଗାଇବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି । ଯାହାର ଲମ୍ବ 550 ମିମି, ଚଉଡା 510 ମିଲି ଏବଂ ଉଚ୍ଚତା 500 ମିଲିମିଟରରୁ ଅଧିକ ହେବ ନାହିଁ ।
  • ଯଦି ଏହି ଡିକିଟି ପଛରେ ଲଗାଯାଏ ତାହେଲେ କେବଳ ଡ୍ରାଇଭରକୁ ହିଁ ଅନୁମତି ଦିଆଯିବ । ଅର୍ଥାତ୍ ଅନ୍ୟ କୌଣସି ବ୍ୟକ୍ତି ସେହି ବାଇକରେ ବସିପାରିବେ ନାହିଁ । ସରକାର ସମୟ ସମୟରେ ଏହି ନିୟମ ପରିବର୍ତ୍ତନ କରିବେ।
  • ନିକଟରେ ସରକାର ଟାୟାର ସମ୍ବନ୍ଧରେ ଏକ ନୂତନ ଗାଇଡଲାଇନ ମଧ୍ୟ ଜାରି କରିଛନ୍ତି । ଏହି ଗାଇଡଲାଇନ୍ ଅନୁଯାୟୀ, ୩.୫ ଟନ୍ ପର୍ଯ୍ୟନ୍ତ ଓଜନ ଥିବା ଗାଡିର ଟାୟାର ପ୍ରେସର ମନିଟରିଂ ସିଷ୍ଟମ ପାଇଁ କୁହାଯାଇଛି ।
  • ଏହି ସିଷ୍ଟମରେ ଥିବା ସେନ୍ସର ମାଧ୍ୟମରେ ଡ୍ରାଇଭର ଗାଡିର ଟାୟାରରେ ବାୟୁର ସ୍ଥିତି ବିଷୟରେ ସୂଚନା ପାଇଥାଏ । ଏହା ସହିତ ମନ୍ତ୍ରଣାଳୟ ଟାୟାର ମରାମତି କିଟ୍ ପାଇଁ ମଧ୍ୟ ସୁପାରିଶ କରିଛି । ଏହା ଲାଗୁ ହେବା ପରେ ଗାଡିରେ ଅତିରିକ୍ତ ଟାୟାର ଆବଶ୍ୟକ ହେବ ନାହିଁ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.