ଲିଜେଣ୍ଡସ ଅଫ ଚେସ୍‌ ଟୁର୍ନାମେଣ୍ଟ: ଲଗାତାର ପଞ୍ଚମ ଥର ପାଇଁ ହାରିଲେ ବିଶ୍ୱନାଥନ ଆନନ୍ଦ

ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ ଆନନ୍ଦ ଲିଜେଣ୍ଡସ ଅଫ୍‌ ଚେସ୍‌ ଅନଲାଇନ ଟୁର୍ନାମେଣ୍ଟରେ ଲାଗାତାର ୫ଥର ପାଇଁ ହାରିଛନ୍ତି। ହେଙ୍ଗରୀର ପିଟର ଲେକୋଙ୍କ ବିପକ୍ଷରେ ଆନନ୍ଦ ୨-୩ ପଏଣ୍ଟରେ ହାରିଛନ୍ତି। ପୂର୍ବ ବିଶ୍ୱ ଚାମ୍ପିୟନରେ ଆନନ୍ଦ ଭଲ ଆରମ୍ଭ କରିଥିଲେ। ଯେଉଁଥିରେ ବେଷ୍ଟ ଅଫ୍‌ କୌର ବାଜିରେ ପ୍ରଥମ ଥର ହିଁ ଜିତ ହାସଲ କରିଥିଲେ। ଯାହା ପରେ ଅନ୍ୟ ଦୁଇଟି ପର୍ଯ୍ୟାୟ ଡ୍ର ରହିଥିଲା।

ଲେକୋ ଏହି ମ୍ୟାଚରେ ଶେଷ ପର୍ଯ୍ୟାୟ ଜିତିବା ପରେ ମୁକାବିଲା ସମାନ କରିଥିଲେ। ହେଙ୍ଗରୀର ଲେକୋ ଏହାପରେ ଟାଇବ୍ରେକ ଜିତି ଆନନ୍ଦଙ୍କୁ ହାରକୁ ସୁନିଶ୍ଚିତ କରିଥିଲେ। ଆନନ୍ଦ ଏହି ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ କୌଣସି ମ୍ୟାଚ ଜିତିନାହାନ୍ତି। ସେଥିପାଇଁ ଆନନ୍ଦ ତାଲିକାର ଶେଷ ସ୍ଥାନରେ ରହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.