ନିଆରା ପକ୍ଷୀ ପ୍ରେମ : ପକ୍ଷୀ ପାଇଁ ୩୫ ଦିନ ଅନ୍ଧାରରେ ରହିଲେ ଗ୍ରାମବାସୀ

ପକ୍ଷୀରାଜନଙ୍କ କାହାଣୀ କାହାକୁ ଅଜଣା ନାହିଁ । ଯିଏ ପକ୍ଷୀମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ତାମିଲନାଡୁର ଏକ ଗ୍ରାମରେ ଏବେ ପକ୍ଷୀପ୍ରେମକୁ ନେଇ ବହୁତ ଚର୍ଚ୍ଚା ହୋଇଛି । ପକ୍ଷୀଙ୍କୁ ବଞ୍ଚାଇବାକୁ ଯାଇ ଏହି ଗ୍ରାମବାସୀମାନେ ୩୫ ଦିନ ଧରି ଅନ୍ଧାରରେ ରହିଛନ୍ତି । ପକ୍ଷୀଙ୍କ ପ୍ରତି ଗ୍ରାମବାସୀଙ୍କ ଅହେତୁକ ଭଲପାଇବା ଓ ଶ୍ରଦ୍ଧାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ପକ୍ଷୀ ପ୍ରେମର ନିଆରା ନିଦର୍ଶନ ସୃଷ୍ଟି କରିଛନ୍ତି ତାମିଲନାଡୁର ଶିବଗଙ୍ଗା ଜିଲ୍ଲାରେ । ଏହି ଜିଲ୍ଲାର ପୋଥାଗାଡି ଗ୍ରାମବାସୀଙ୍କ ଅଦ୍ଭୁତ ପକ୍ଷୀ ପ୍ରେମ ଦେଖିବାକୁ ମିଳିଛି । ଏଠାରେ ଏକ ପକ୍ଷୀର ବସାକୁ ବଞ୍ଚାଇବା ପାଇଁ ଗ୍ରାମବାସୀମାନେ ୩୫ ଦିନ ଧରି ଅନ୍ଧାରରେ ରହିଛନ୍ତି ।

bir

ଏହି ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଏହି ଅଞ୍ଚଳର ଷ୍ଟ୍ରିଟ୍ ଲାଇଟ୍ ସଂଚାଳକ କରୁପା ରାଜା ଏକ ପକ୍ଷୀକୁ ମୁଖ୍ୟ ସୁଇଚ୍ ବୋର୍ଡ ବାହାରକୁ ଉଡିବାର ଦେଖିଥିଲେ । ରାଜାଙ୍କ କହିବାନୁସାରେ ତାଙ୍କ ଘର ଆଗରେ ଥିବା ସ୍ବିଚ୍ ବୋର୍ଡରୁ ୩୫ଟି ଷ୍ଟ୍ରିଟ୍ ଲାଇଟର କନେକସନ୍ ରହିଛି । ଲକଡାଉନ ଆରମ୍ଭରୁ ଏକ ପକ୍ଷୀ ଏହି ସ୍ବିଚ୍ ବୋର୍ଡ ଚାରିପଟେ ଘୂରୁଥିବାର ଦେଖାଯାଇଥିଲା । ଲାଇଟ୍ ଚାଲୁ କରିବା ଯୋଗୁଁ ପକ୍ଷୀଙ୍କ ବସା, ପର ୟାଡେ ସାଡେ ପଡୁଥିଲା । ଚତୁର୍ଥ ଦିନ ଯେତେବଳେ ସ୍ବିଚ୍ ବୋର୍ଡକୁ ଭଲ ସେ ନିରୀକ୍ଷଣ କରାଗଲା, ସେତେବେଳେ ସ୍ବିଚ୍ ବୋର୍ଡ ଭିତରେ ଥିବା ଏକ ପକ୍ଷୀ ବସାରେ ଅଣ୍ଡା ରହିଛି । ଏହି ଘଟଣାକୁ ସେ ହ୍ବାଟସ୍ ଆପ୍ ଜରିଆରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଅଣ୍ଡାରୁ ଶାବକ ଜନ୍ମ ହେବା ପର୍ଯ୍ୟନ୍ତ ଲାଇଟ୍ ଚାଲୁ ନ କରିବା ପାଇଁ ସେ ଗ୍ରାମବାସୀଙ୍କୁ ଅପିଲ୍ କରିଥିଲେ ।

aa

ତେବେ କିଛି ଲୋକ ଏହାର ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ପଞ୍ଚାୟତ ମୁଖ୍ୟଙ୍କ ଜଣାଇଥିଲେ । ମୁଖିଆ ଜଣକ ଘଟଣାସ୍ଥଳରେ ପକ୍ଷୀ ଓ ପକ୍ଷୀର ବସା ଦେଖିଥିଲେ । ଲକ୍ଡାଉନ୍ ସମୟରେ ଲୋକମାନେ ଘର ବିନା ସଡକରେ ସଂଘର୍ଷ କରୁଥିବାବେଳେ ପକ୍ଷୀଟି ସନ୍ତାନକୁ ଦୁନିଆକୁ ଆଣିବା ପାଇଁ ବସାଟିଏ ବନାଇଥିଲା । ଏହାକୁ ଦେଖି ବିଜୁଳି ଚାଲୁ ନ କରିବା ପାଇଁ ରାଜି ହୋଇଥିଲେ । ମୁ୍ଖିଆ ଓ ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ଗ୍ରାମଟି ପ୍ରାୟ ୩୫ ଦିନ ଅନ୍ଧାରରେ ରହିଥିଲେ । ପକ୍ଷୀଟି ତା’ ଶାବକଙ୍କ ସହ ବସାରୁ ବାହାରିବା ପରେ ବିଜୁଳି କାର୍ଯ୍ୟକ୍ଷମ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.