Below header

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୃହରକ୍ଷୀଙ୍କ ମୃତ୍ୟୁ

ଟାଙ୍ଗୀ(କେନ୍ୟୁଜ୍‌) :  ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ନାଭାଲ୍‌ ଫାଣ୍ଡି ନିକଟରେ ଘଟିଯାଇଥିବା ସଡ଼କ ଦୁର୍ଘଟଣାରେ ବାଲୁଗାଁ ଗୃହରକ୍ଷୀ ଜଗତ ଜୀବନଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି ।

ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ୩୦ ମିନିଟ୍‌ରେ ବାଲୁଗାଁ ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ଜଗତ ଜୀବନ ସେଠୀ (୪୩) ନିଜର ବ୍ୟକ୍ତିଗତ କାର୍ଯ୍ୟରେ ଗଞ୍ଜାମ ଯାଇ ସେଠାରୁ ନିଜ ବାଇକ୍‌ ଯୋଗେ ଫେରୁଥିଲେ । ନାଭାଲ ଫାଣ୍ଡି ନିକଟରେ ଠିଆ ହୋଇଥିବା ଏକ ଟ୍ରକକୁ ସେ ଭାରସାମ୍ୟ ହରାଇ ଶକ୍ତ ଧକ୍କା ଦେଇଥିଲେ ।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବାଲୁଗାଁ ଅଗ୍ନିଶମ କର୍ମଚାରୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଜଗତଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଜଗତ ଜୀବନଙ୍କ ଘର ଚିଲିକା ବ୍ଲକ୍ ସ୍ଥିତ ରାହାଣବିଲି ଗାଁରେ ।  ବାଲୁଗାଁ ନାଭାଲ ଫାଣ୍ଡି ଅଧିକାରୀ ଏବଂ ବାଲୁଗାଁ ଆଇଆଇସି ଉକ୍ତ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.