Below header

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଶେଷ, ସନ୍ଧ୍ୟା ୫ଟା ୪୫ରେ ଶ୍ରୀମୁଖ ଶୃଙ୍ଗାର କଲେ ଦତ୍ତ ମହାପାତ୍ର

ଆଜି ବୁଧବାର ଶ୍ରାବଣ-ମଳ କୃଷ୍ଣ ନବମୀ ତିଥୀରେ ଶ୍ରୀବିଗ୍ରହଂକ ବନକଲାଗି ନୀତି ସଂପନ୍ନ ହୋଇଛି । ଦ୍ବିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ସଂଧ୍ୟା ୫ଟା ୪୫ରୁ ରାତ୍ର ୯ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିଥିଲା ।

ପୁରୀ(କେନ୍ୟୁଜ୍): ସରିଲା ମହାପ୍ରଭୁଙ୍କ ବନକଲାଗି । ସବୁ ବାଦ ବିବାଦ ଅଂତ ଘଟି ମହାପ୍ରଭୁଙ୍କ ବନକଲାଗି ନୀତି ସଂପନ୍ନ ହୋଇଛି । ସନ୍ଧ୍ୟା ୫ଟା ୪୫ରୁ ବନକଲାଗି ନୀତି ଆରମ୍ଭ ହୋଇଥିଲା । ବୁଧବାର ଏବଂ ଗୁରୁବାରର ଦ୍ବନ୍ଦ ମଧ୍ୟରେ ଦୀର୍ଘ ଦିନ ହେବ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରିନଥିଲା । ଶେଷରେ ପରିଚାଳନା କମିଟି ବୈଠକ ଏବଂ ଦତ୍ତ ମହାପାତ୍ର ନିଯୋଗ ସହ ଆଲୋଚନା ପରେ ବିବାଦର ସମାଧାନ ହୋଇଛି ।

ଆଜି ବୁଧବାର ଶ୍ରାବଣ-ମଳ କୃଷ୍ଣ ନବମୀ ତିଥୀରେ ଶ୍ରୀବିଗ୍ରହଂକ ବନକଲାଗି ନୀତି ସଂପନ୍ନ ହୋଇଛି । ଦ୍ବିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ସଂଧ୍ୟା ୫ଟା ୪୫ରୁ ରାତ୍ର ୯ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ମହାପ୍ରଭୁଙ୍କ ଏହା ଗୁପ୍ତ ନୀତି ହୋଇଥିବାରୁ ଭକ୍ତମାନେ ଦର୍ଶନରୁ ବଂଚିତ ଥିଲେ । ପ୍ରାକୃତିକ ବନଜାତୀୟ ଦ୍ରବ୍ୟରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିଛନ୍ତି ଦତ୍ତମହାପାତ୍ର ସେବକ । ଶଙ୍ଖ କସ୍ତୁରୀ, ହିଙ୍ଗୁଳି ଭଳି ବିଭିନ୍ନ ପ୍ରାକୃତିକ ବନଜାତୀୟ ଦ୍ରବ୍ୟରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.