Below header

ପଟିଆଲା ହାଉସ କୋର୍ଟରୁ ଓଡିଶାକୁ ମାମଲା ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ଯିବେ ବର୍ଷା, ଅକ୍ଟୋବର ୧୨ରେ ହେବ ପରବର୍ତ୍ତୀ ପିଟିସନ୍‌ର ଶୁଣାଣି

କଟକ: ବର୍ଷା ପ୍ରିୟଦର୍ଶିନୀଙ୍କ ଓ ଅନୁଭବ ମହାନ୍ତି ବିବାଦରେ ପିଟିସନର ଶୁଣାଣି । ଅକ୍ଟୋବର ୧୨ରେ ବର୍ଷାଙ୍କ ପିଟିସନ୍‌ର ପରବର୍ତ୍ତୀ ଶୁଣାଣି କଟକ ଏସଡିଜେଏମ କୋର୍ଟରେ ହେବ। ଡିଆଇଆର ରିପୋର୍ଟକୁ ଅପେକ୍ଷା କରାଯାଇଥିବା କହିଛନ୍ତି ବର୍ଷାଙ୍କ ଓକିଲ । କୋର୍ଟରେ ଆଜି ପହଞ୍ଚିନଥିଲେ ଅନୁଭବ ଓ ତାଙ୍କ ଓକିଲ । କଟକ ଫ୍ୟାମିଲି କୋର୍ଟରେ ବର୍ଷାଙ୍କ ବୟାନ ରେକର୍ଡ ହୋଇଛି ।

ଏହାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୪ ତାରିଖରେ ହେବ। ଜିଲ୍ଲା ସୁରକ୍ଷା ଅଧିକାରୀ ଘରୋଇ ହିଂସା ଆଇନ ଅନୁସାରେ ବୟାନ ରେକର୍ଡ କରିଛନ୍ତି । ଅନ୍ୟପଟେ ପଟିଆଲା ହାଉସ କୋର୍ଟରେ ଅନୁଭବ କରିଥିବା ମାମଲାର ପ୍ରତିକ୍ରିୟା ରଖିଛନ୍ତି ବର୍ଷାଙ୍କ ଓକିଲ । କଟକକୁ ମାମଲା ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି ତାଙ୍କ ଓକିଲ । ବର୍ଷା କ୍ଷତିପୂରଣ ବାବଦରେ ଅନୁଭବଙ୍କ ଠାରୁ ଦାବି କରିଛନ୍ତି ୧୩ କୋଟି ଟଙ୍କା। ଘରଭଡା ସହ ମାସିକ ଭରଣା ପୋଷଣ ପାଇଁ ମଧ୍ୟ ଅର୍ଥ ଦାବି କରିଛନ୍ତି। ବର୍ଷାଙ୍କ ଅଭିଯୋଗ ଥିଲା, ଅନୁଭବ ଜଣେ ଅଭ୍ୟାସଗତ ମଦ୍ୟପ। ଫିଲ୍ମରେ ଅଭିନୟ କରିଥିଲେ ବି ଟଙ୍କାଟିଏ ଦେଇନଥିଲେ। ଅନୁଭବ ଓ ତାଙ୍କ ବାପା ଗାଳି ଗୁଲଜ କରିଥିଲେ।

barshaସହମତିରେ ବିବାହ ବିଚ୍ଛେଦ ପାଇଁ ଅନୁଭବ କହିଥିଲେ। ନହେଲେ ପରିଣାମ ଭୋଗିବାକୁ ପଡିବ ବୋଲି ଧମକ ଦେଇଥିଲେ। ଅନ୍ୟପଟେ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି । ଟ୍ଵିଟ କରି ବର୍ଷା କହିଛନ୍ତି, ସତ କେବେ ଲୁଚି ରହେନା । ଭୁଲ ଓ ମିଥ୍ୟା ଅଭିଯୋଗ ଆଣି ଜଣକୁ ବଦନାମ କରିବା ପୂର୍ବରୁ ଭଗବନାଙ୍କୁ ଡରିବା ଉଚିତ୍‌ । ଭଗବାନଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି । କେହି ଆଇନର ଉର୍ଦ୍ଧରେ ନୁହନ୍ତି । ମୁଁ ଯେଉଁ କଠିନ ସମୟ ଦେଇ ଗତି କରୁଛି, ଏଠି ସମସ୍ତଙ୍କ ଆର୍ଶିବାଦ ଆଶା କରୁଛି ବୋଲି ବର୍ଷା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.