Below header

ଜୀବନ ନଷ୍ଟ କରିଦେଲା ସାଙ୍ଗ ! ନିଜ ବାର୍ଥଡେ ପାର୍ଟିରେ ଗଣ ଦୁଷ୍କର୍ମର ଶିକାର ହେଲେ ଯୁବତୀ

ବନ୍ଧୁତାରେ ବିଷ ଦେଲା ବନ୍ଧୁ। ସାଙ୍ଗ କଲା ସାଙ୍ଗକୁ ଦୁଷ୍କର୍ମ। ନିଜ ବାର୍ଥଡେ ଦିନ ହିଁ ଗଣଦୁଷ୍କର୍ମର ଶିକାର ହେଲେ ବିୟୁଟସିଆନ। ଜନ୍ମଦିନ ପାର୍ଟିରେ ତାଙ୍କରି ନିଜ ସାଙ୍ଗ କଲେ ଦୁର୍ଷ୍କମ। ସଙ୍ଗମନଗରୀ ପ୍ରୟାଗରାଜର ଘୁମନଗଞ୍ଜ ଥାନା ଅଞ୍ଚଳରେ ଜଣେ ବିୟୁଟିସିଆନ୍‌ ଗ୍ୟାଙ୍ଗରେପର ଶିକାର ହୋଇଛନ୍ତି।

ଯୁବତୀଙ୍କ ବାର୍ଥଡେ ପାର୍ଟିରେ ତାଙ୍କୁ ମଦ ପିଆଇ ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି ତାଙ୍କ ସାଙ୍ଗମାନେ। କେବଳ ଏତିକି ନୁହେଁ ତାଙ୍କୁ ମାରପିଟ ମଧ୍ୟ କରିଛନ୍ତି। ଗମ୍ଭୀର ଅବସ୍ଥାରେ ୨୦ ବର୍ଷିୟ ଯୁବତୀ ଘୁମନଗଞ୍ଜ ଥାନା ପହଁଚି ତାଙ୍କ ସହିତ ହୋଇଥିବା ଦୁବ୍ୟର୍ବହାର ସମ୍ପର୍କରେ ଜଣାଇଲେ। ପୋଲିସ ଯୁବତୀଙ୍କ ବୟାନ ରେକର୍ଡ କରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

liqarସୂଚନା ଅନୁଯାୟୀ ଯୁବତୀ ଜଣଙ୍କ ତାଙ୍କ ଚାରି ଜଣ ସାଙ୍ଗକୁ ନିଜ ଘରକୁ ବାର୍ଥଡେ ପାର୍ଟିରେ ନିମନ୍ତ୍ରଣ କରିଥିଲେ। ସେଠାରେ ଯୁବକମାନେ ପ୍ରଥମେ ଯୁବତୀଙ୍କୁ ମଦ ପିଇବା ପାଇଁ ବାଧ୍ୟ କରିଥିଲେ। ଯୁବତୀ ତାଙ୍କୁ ଏଥିରେ ବିରୋଧ କରିବାରୁ ତାଙ୍କୁ ତାଙ୍କ ସାଙ୍ଗମାନେ ମାଡ ମାରିଥିଲେ। ଯାହାପରେ ଯୁବତୀ ଜଣଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିଲେ।

ଏହାପରେ ଯୁବତୀ ଜଣଙ୍କ କଷ୍ଟେମଷ୍ଟେ ସେଠାରୁ ଆସି ଥାନାରେ ପହଁଚିଥିଲେ ଯାହାପରେ ଯୁବତୀ ଜଣଙ୍କ ଅଚେତ ହୋଇଯାଇଥିଲେ। ହୋସ ଆସିବା ପରେ ଯୁବତୀଙ୍କ ବୟାନ ରେକର୍ଡ କରାଯାଇ ମାମଲାର ତଦନ୍ତ ଆରମ୍ଭ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.