Below header

ଭଲ ଖବର : ୩ ମାସରେ ଆପଣାଛାଏଁ ଭଲ ହୋଇଯିବ କରୋନାରେ କ୍ଷତିଗ୍ରସ୍ତ ହୋଇଥିବା ଫୁସଫୁସ୍‌

କରୋନା ଭାଇରସ ମଣିଷର ଫୁସଫୁସକୁ ବେଶ୍‌ କ୍ଷତିଗ୍ରସ୍ତ କରିଥାଏ ବୋଲି ରିସର୍ଚ୍ଚରୁ ଜଣାପଡିଛି। ତେଣୁ ଏହି କଥାକୁ ନେଇ ଡାକ୍ତରଙ୍କ ମଧ୍ୟ ଭୟ ଥିଲା ଯେ, କରୋନାରେ ବେଶି ପ୍ରଭାବିତ ହୋଇଥିବା ବ୍ୟକ୍ତିଙ୍କ କ୍ଷତିଗ୍ରସ୍ତ ଫୁସଫୁସରେ ଅଧିକ ସମୟ ବଞ୍ଚିବା କଷ୍ଟକର ହୋଇପଡେ। କିନ୍ତୁ ଏବେ ନୂଆ ଅଧ୍ୟୟନରୁ ଜଣାପଡିଛି, କରୋନାରେ ଗୁରୁତର ଭାବେ ସଂକ୍ରମିତ ହୋଇଥିବା ରୋଗୀଙ୍କ ଫୁସଫୁସ ଆପଣାଛାଏଁ ସୁସ୍ଥ ହୋଇଯିବ।

ବ୍ରିଟିଶ ଟେଲିଗ୍ରାଫ ରିପୋର୍ଟ ମୁତାବକ, ପାଖାପାଖି ୩ ମାସ ମଧ୍ୟରେ କରୋନା ରୋଗୀଙ୍କ ଫୁସଫୁସ ଆପଣାଛାଏଁ ସୁସ୍ଥ ହୋଇଯିବ। କରୋନାରେ ଗମ୍ଭୀର ସଂକ୍ରମିତ ରୋଗୀ ଭୋଗୁଥିବା ଯନ୍ତ୍ରଣା ସହିତ ଅନେକ ଦିନ ବଞ୍ଚିପାରିବା ଅସମ୍ଭବ। ଏହି ଟ୍ରାଏଲରେ ଜଣାପଡିଛି ଯେ, କରୋନାରେ ସଂକ୍ରମିତ ହେଉଥିବା ଅଧିକାଂଶ ରୋଗୀ ରିକଭରି ହେବାର ୧୨ ସପ୍ତାହ ପରେ ଫୁସଫୁସ୍‌ କ୍ଷତିଗ୍ରସ୍ତ ମିଳିନଥିଲା। ଏହା ଏହି ପ୍ରକାରର ପ୍ରଥମ ଅଧ୍ୟୟନ, ଯେଉଁଥିରେ କରୋନା ରୋଗୀର ଫୁସଫୁସ ଠିକ୍‌ ହେବା ବିଷୟରେ କୁହାଯାଇଛି। କିନ୍ତୁ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ମଧ୍ୟରେ ରୋଗର କିଛି ପାଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ।

corona

ଅଧ୍ୟୟନରେ ଅଷ୍ଟ୍ରିଆର ୮୬ ରୋଗୀଙ୍କୁ ନେଇ ପରୀକ୍ଷା କରାଯାଇଥିଲା। ଏହି ରୋଗୀଙ୍କୁ ୨୯ ଏପ୍ରିଲରୁ ଜୁନ ୯ ପର୍ଯ୍ୟନ୍ତ ହସପିଟାଲରେ ଭର୍ତ୍ତି ହୋଇଥିଲେ। ହସପିଟାଲରୁ ଡିସଚାର୍ଜ ହେବାର ୬ କିମ୍ବା ୧୨ ସପ୍ତାହ ପରେ ପୁଣି ସେମାନଙ୍କର ଯାଞ୍ଚ କରାଯାଇଥିଲା। ସୁସ୍ଥ ହେବାର ୬ ସପ୍ତାହ ପରେ ୮୮ ପ୍ରତିଶତ ରୋଗୀଙ୍କ ଫୁସଫୁସ ସଂକ୍ରମିତ ହୋଇଥିବା ପ୍ରମାଣ ମିଳିଥିଲା। କିନ୍ତୁ ୧୨ ସପ୍ତାହ ପରେ ଏହି ସଂଖ୍ୟା କମି ୫୬ ପ୍ରତିଶତ ହୋଇଥିଲା।

ଅଧ୍ୟୟନରେ ସାମିଲ ହୋଇଥିବା ଲୋକଙ୍କ ପାଖାପାଖି ବୟସ ୬୧ ବର୍ଷ ହୋଇଥିବା ବେଳେ ୬୫ ପ୍ରତିଶତ ପୁରୁଷ ଥିଲେ। ଏମାନଙ୍କ ମଧ୍ୟରେ ଅର୍ଦ୍ଧାଧିକ ପୂର୍ବରୁ ସ୍ମୋକିଂ କରୁଥିଲେ। ଆଉ ୨୦ ପ୍ରତିଶତ ଲୋକ କରୋନା ଯୋଗୁଁ ଆଇସିୟୁରେ ଭର୍ତ୍ତି ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.