ଗଞ୍ଜେଇ ମାଫିଆଙ୍କୁ ଧରିବା ବେଳେ ସହିଦ୍‌ ହୋଇଥିବା ହୋମଗାର୍ଡଙ୍କ ଗାର୍ଡ ଅଫ୍‌ ଅନର ସହ ଶେଷକୃତ ସମ୍ପନ୍ନ

ମାଲକାନଗିରି(କେନ୍ୟୁଜ୍‌): ମାଲକାନଗିରି ଜିଲ୍ଲା ପୋଲିସ ଦ୍ୱାରା ୩୬ ଗଞ୍ଜେଇ ମାଫିଆ ଗିରଫ। ସୂଚନା ମୁତାବକ ସମସ୍ତ ମାଫିଆ ନବରଙ୍ଗପୁର ଜିଲ୍ଲାର କଷାଗୁମୁଡ଼ା ଅଞ୍ଚଳର । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି SP ଋଷିକେଶ ଦୟାନନ୍ଦ ଖିଲାରୀ। ରିପୋର୍ଟ ଅନୁଯାୟୀ ଗତକାଲି ଗଞ୍ଜେଇ କାଉଡ଼ିଆଙ୍କୁ ଧରିବାକୁ ଯିବାବେଳେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିଲା। ସହିଦ ହୋମଗାର୍ଡ ବନବାସୀ ମହାରଣାଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି।

ଏହି ଘଟଣା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଞ୍ଜେଇ କାଉଡ଼ିଆ ଲୁଚି ରହିଥିବା ବେଳେ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏବେବି ଆଉ କିଛି ଗଞ୍ଜେଇ ମାଫିଆ ଲୁଚି ରହିଥିବାରୁ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି। ତେବେ ଆଗକୁ ଗଞ୍ଜେଇ ଚୋରା ଚାଲାଣ କୁ ରୋକିବା ପାଇଁ ଅଧିକା କଡା ପଦକ୍ଷେପ ନିଆଯିବ। ମୃତ ହୋମଗାର୍ଡ ବନବାସୀ ମହାରଣାଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ମାଲକାନଗିରି SP କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.