Below header

କୋର୍ଟ ପୂର୍ବରୁ ସୋସିଆଲ ମିଡିଆରେ ମୁହାଁମୁହିଁ ହେଲେ ଅନୁଭବ-ବର୍ଷା , ପରସ୍ପର ପାଇଁ ଦୁହେଁ କରୁଛନ୍ତି ଏମିତି ପୋଷ୍ଟ 

ବୈବାହିକ ଜୀବନରେ ଝଡ଼କୁ ନେଇ ଏବେ ସୋସିଆଲ ମିଡିଆରେ ମୁଁହ ଖୋଲୁଛନ୍ତି ଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ନ୍ୟାୟ ପାଇବା ପାଇଁ ସୋସିଆଲ ମିଡ଼ିଆକୁ ଅସ୍ତ୍ର ବନାଇଛନ୍ତି ଏହି ଦମ୍ପତି । ବର୍ତ୍ତମାନ ଦୁହେଁ ସୋସିଆଲ ମିଡ଼ିଆ ଜରିଆରେ ନିଜର ମନକଥା ପରିପ୍ରକାଶ କରୁଛନ୍ତି । ଯେଉଁଠି ଅନୁଭବ କହୁଛନ୍ତି ଯେ ” ସତ୍ୟ ଭଳି କିଛି ଧର୍ମ ନାହିଁ । ସତ୍ୟ ଉପରେ କିଛି ନାହିଁ ଏବଂ ମିଛ ସର୍ବଦା ଅତିଶୀଘ୍ର ବ୍ୟାପିଥାଏ । ଏହାସହିତ ସେ ଲେଖିଛନ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜର ମର୍ଯ୍ୟାଦା ରକ୍ଷା କରିବାର ଅଧିକାର ରହିଛି । ସବୁବେଳେ ଗୋଟିଏ କାହାଣୀର ଦୁଇଟି ପାର୍ଶ୍ଵ ରହିଥାଏ ଏବଂ ଏଇଟା ହେଉଛି ମୋ ପାର୍ଶ୍ଵ ” ।

ଅପରପାର୍ଶ୍ବରେ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଏନେଇ ସୋସିଆଲ ମିଡିଆରେ ମୁଁହ ଖୋଲିଛନ୍ତି । ସେ ନିଜ ଅଫିସିଆଲ ୱେବସାଇଟରେ ଲେଖିଛନ୍ତି “ସତ କେବେ ଲୁଚି ରହେନା , ମିଛ ଓ ବିଭ୍ରାନ୍ତିକର ଅଭିଯୋଗ ଆଣି କାହାକୁ ଅପମାନିତ କରିବା ପୂର୍ବରୁ ଈଶ୍ଵରଙ୍କ ଡରିବା ଉଚିତ । ମୋ ଭଗବାନଙ୍କ ଉପରେ ମୋର ବିଶ୍ୱାସ ଅଛି । ଏମିତି କଠିନ ସମୟରେ ମୁଁ ସମସ୍ତଙ୍କ ଆଶୀର୍ବାଦ କାମନା କରୁଛି ଲେଖିବା ସହ ନୀରବତା ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ମଧ୍ୟ ଲେଖିଛନ୍ତି । ଏହା ସହିତ ସେ ଜଗନ୍ନାଥ ଙ୍କର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।

ଦୀର୍ଘ 6 ବର୍ଷର ସମ୍ପର୍କରେ କାହିଁକି ଫାଟ ସୃଷ୍ଟି ହେଲା ? ଯଦି ଦୁହିଁଙ୍କ ମଧ୍ୟରେ ତିକ୍ତତା ଥିଲା ତାହେଲେ ଏତେଦିନ ଧରି ଏମାନେ ଚୁପ ଥିଲେ କାହିଁକି ? ତେବେ ସେ ଯାହାବି ହେଉ ସ୍ୱାମୀ ସ୍ତ୍ରୀଙ୍କ ଏହି ଝଗଡ଼ାରେ କିଏ ସତ କହୁଛି ଏବଂ କିଏ ମିଛ କହୁଛି ତାହା ଆଗାମୀ ସମୟରେ ନିଶ୍ଚିତ ଜଣାପଡିବ ।

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.