Below header

ବିଦ୍ୟୁତ ବିଲ ପୈଠଠୁ ଆରମ୍ଭ କରି ପାସପୋର୍ଟ ତିଆରି, ଏଣିକି ସବୁ ହେବ ଡାକଘରେ, ଆରମ୍ଭ ହେଲା ୭୩ ନୂଆ ସେବା

କରୋନା ମହାମାରୀ ସମୟରେ ଲୋକଙ୍କୁ ବଢିଆ ସୁବିଧା ଦେବା ଲକ୍ଷରେ ଭାରତୀୟ ଡାକଘର ୭୩ ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି। ଏହି ସୁବିଧାଗୁଡିକ ଭିତରେ ବିଦ୍ୟୁତ ବିଲ ପୈଠ, ପାସପୋର୍ଟ, ବୃଦ୍ଧା ପେନସନ, ବିଧବା ପେନସନ, ବୀମା ଭଳି ଗୁରୁତ୍ୱପୂର୍ଣ୍ଣ କାମ ରହିଛି। ଏହି କାମଗୁଡିକ ପାଇଁ ଲୋକଙ୍କୁ ଏବେ ଏଠି ସେଠି ହେବା କିଛି ଆବଶ୍ୟକତା ନାହିଁ। ସମସ୍ତ କାମ ଏବେ ଆପଣଙ୍କ ନିକଟସ୍ଥ ଡାକଘରେ ହେବ।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାର ଖୁବଶୀଘ୍ର ପୂରା ଦେଶରେ କମନ ସର୍ଭିସ ସେଣ୍ଟର ଖୋଲିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହି ସେଣ୍ଟରରେ ଲୋକଙ୍କ ସୁବିଧା ସହ ଜଡ଼ିତ ୭୩ଟି କାମ କରାଯିବ। ତେବେ କରୋନା କାଳରେ ଅଫିସରେ ଯେପରି ଭିଡ଼ ନ ହେବ, ସେଥିପାଇଁ ଏହି ସେଣ୍ଟରଗୁଡିକ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି।

mm

ସେଣ୍ଟରରେ ହେବ ଅନେକ ଗୁରୁତ୍ୱପୂର୍ଣ୍ଣ କାମ

ସୂଚନା ମୁତାବକ, ଏହି ସେଣ୍ଟରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଏମ ଫସଲ ବୀମା ଯୋଜନା, ଆୟୁସ୍ମାନ ଭାରତ ଯୋଜନା ପାଇଁ ଆବେଦନ କରିବା, ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ତିଆରି କରେଇବା, ମୋବାଇଲ ଓ ଡିଟିଏଚ ରିଚାର୍ଜ, ଫାଷ୍ଟ ଟ୍ୟାଗ, ବିଦ୍ୟୁତ, ପାଣି, ଟେଲିଫୋନ, ଗ୍ୟାସ ପାଇଁ ପୈଠ ଆଦି ସୁବିଧା ମଧ୍ୟ ଉପଲବ୍ଧ ହେବ। ବିହାରରେ ପାଖାପାଖି ୩୦୦ ଡାକଘରେ ପୋଷ୍ଟ ଅଫିସ କମନ ସର୍ଭିସ ସେଣ୍ଟର ଖୋଲିବ। ସୂଚନାଥାଉ କି, କରୋନା ସଙ୍କଟ ସମୟରେ ଲୋକଙ୍କ ପାଖରେ ରାଶନଠୁ ନେଇ ଔଷଧ ପର୍ଯ୍ୟନ୍ତ ଜିନିଷ ପହଞ୍ଚାଇବା କାମରେ ଡାକଘର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.