Below header

ଶେଷ ହେବ ଖାର ପାଣିର ଯୁଗ, ୨ଟି ବୃହତ୍ତ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ଯୋଡି ହୋଇଛି ଗଞ୍ଜାମ ଓ ପୁରୀ ଜିଲ୍ଲାର ୧୪୭ଟି ଗାଁ । ପୁରୀ ଓ ଗଂଜାମ ଜିଲ୍ଲାର ଏସବୁ ଗାଁକୁ ମିଳିବ ଶୁଦ୍ଧ ପାନୀୟ ଜଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃହତ୍‌ ପାନୀୟ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଫଳରେ କୃଷ୍ଣପ୍ରସାଦ ବ୍ଲକର ୯୨ଟି ଗାଁ ଓ ଗଂଜାମ ବ୍ଲକର ୫୫ଟି ଗାଁକୁ ମିଳିବ ବିଶୁଦ୍ଧ ପାନୀୟ ଜଳ। ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନାରେ ଏହି ଦୁଇଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ । ଏଥି ପାଇଁ ଖର୍ଚ୍ଚ ହେବ ପ୍ରାୟ ୧୮୩ କୋଟି ଟଙ୍କା। ପ୍ରତି ପଞ୍ଚାୟତରେ ଅତି କମ୍‌ରେ ଦୁଇଟି ଗାଁକୁ ପିଇବା ପାଣିର ବ୍ୟବସ୍ଥା ହେବ। ଏହି ଅବସରରେ ନବୀନ କହିଛନ୍ତି, ସମସ୍ତଙ୍କ ସହଯୋଗ ରହିଲେ ଓଡିଶା ଦେଶରେ ଶ୍ରେଷ୍ଠ ରାଜ୍ୟ ହୋଇ ପାରିବ।

ଚିଲିକା ଘେରି ଅଂଚଳର ଗ୍ରାମଗୁଡିକରେ ଶୁଦ୍ଧ ପିଇବା ପାଣିର ବ୍ୟବସ୍ଥା ନଥିଲା। ଯାହା ବି ଉପଲବ୍ଧ ହେଉଥିଲା ତାହା ଖାରିଆ ଓ କ୍ଲୋରାଇଡ ଯୁକ୍ତ। ଫଳରେ ସ୍ଥାନୀୟ ଲୋକେ ପାଣି ପିଇବା ପାଇଁ ହନ୍ତସନ୍ତ ହେଉଥିଲେ। ରାଜ୍ୟ ସରକାରଙ୍କ ଏ ପଦକ୍ଷେପ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଖୁସି ଆଣି ଦେଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.