ହକି କୁ ବି ଛାଡିଲେନି , ଆରମ୍ଭ ହେଲା ବିଜେପି – ବିଜେଡି ମଧ୍ୟରେ ରାଜନୀତି

ଭୁବନେଶ୍ବର : ଓଡ଼ିଶାରେ ହେଉଛି ହକି ବିଶ୍ୱକପ୍‌ । ଏହାକୁ ନେଇ ରାଜନୀତି ବି ତେଜିଛି । ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ପରେ ବିଜେଡି-ବିଜେପି ମଧ୍ୟରେ ବାକ୍‌ଯୁଦ୍ଧ । ଗତକାଲି ଧର୍ମେନ୍ଦ୍ର କହିଥିଲେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କଣ କଥା ହୋଇଛନ୍ତି ସେ ଜାଣି ନାହାନ୍ତି । ତାଙ୍କୁ ଅନ୍ଧାରରେ ରଖାଯାଇଛି । କିନ୍ତୁ ପ୍ରଧାନମନ୍ତ୍ରୀ ସମୟ ଦେଇ ନଥିବା ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ପ୍ରତିକ୍ରିୟାରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ବିଶ୍ୱକପ୍‌ ହକି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସରକାରୀ ଭାବରେ ଆମନ୍ତ୍ରଣ କରାଯାଇଛି । କୌଣସି କାରଣରୁ ସେ ଯୋଗ ଦେଇ ପାରିବେ ନାହିଁ । କେନ୍ଦ୍ରମନ୍ତ୍ରୀ ଏଭଳି କହିବା ଉଚିତ୍‌ ନୁହଁ । ଜବାବରେ ବିଜେପି କହିଛି, ହକି ବିଶ୍ୱକପ୍‌କୁ ନେଇ ରାଜନୀତି କରୁଛି ବିଜେଡି ।

ମନ୍‌ କି ବାତ୍‌ରେ ହକି ବିଶ୍ୱକପ୍‌ କଥା କହିଥିଲେ ପ୍ରଧାନମନ୍ତ୍ରୀ । ହକି ବିଶ୍ୱକପ୍‌ ଦେଖିବା ପାଇଁ ଭୁବନେଶ୍ୱର ଆସିବାକୁ ଦେଶବାସୀଙ୍କୁ ଆମନ୍ତ୍ରଣ କରିଥିଲେ । ବିଶ୍ୱକପ୍‌ ମ୍ୟାଚ୍‌ ଦେଖିବା ସହ ଶ୍ରୀମନ୍ଦିର, ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଓ ଚିଲିକା ସମେତ ବହୁ ଦର୍ଶନୀୟ ସ୍ଥାନ ବୁଲି ପାରିବେ ବୋଲି ମନ୍‌ କି ବାତ୍‌ରେ କହିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.