Below header

ଭୁବନେଶ୍ୱରରେ ଜମି କିଣୁଥିଲେ ସାବଧାନ ! ଜମିର କାଗଜ ଅଛି,ହେଲେ ନେଇ ପାରୁନାହାଁନ୍ତି ପଜେସନ

ଭୁବନେଶ୍ୱରରେ ଜମି କିଣୁଥିଲେ ସାବଧାନ I ଜମିର କାଗଜ ଅଛି ହେଲେ ପଜେସନ ନେଇ ପାରୁନାହାନ୍ତି ମାଲିକ I ଏଭଳି ସ୍ଥିତି ଭୁବନେଶ୍ୱରରେ ଉପୁଜିଛି ବୋଲି କହିଛନ୍ତି EOW ଓ ପୋଲିସ ଏସପି ।ଏହି ଜମି ଠକେଇ ରାକେଟର କିଙ୍ଗପିନକୁ ବାନ୍ଧିଲା ପରେ ଏହା ଦୃଷ୍ଟିକୁ ଆସିଛି । ଏହି ର‍୍ୟାକେଟେ ଥିବା ମୁଖ୍ୟ ଅଭିଯୁକ୍ତ ମୋହରିର ଅନ୍ତର୍ଯ୍ୟାମୀ ସେନାପତି ଓ ଅନନ୍ତ ଚରଣ ପ୍ରଧାନ ଗିରଫ ହୋଇଛନ୍ତି I ପୂର୍ବରୁ ମମତା ପରିଡା, ସୁବୋଧ ପରିଡା,ହଳଧର ଦାସଙ୍କୁ ପୋଲିସ ଗିରଫ କରୁଥିବା ବେଳେ, ତାଙ୍କ ପତ୍ନୀ ଦାମୟନ୍ତୀ ଦାସ ଫେରାର ରହିଛନ୍ତି I

ଭୁବନେଶ୍ୱର(କେନ୍ୟୁଜ୍‌) : ଭୁବନେଶ୍ୱରରେ ଜମି କିଣୁଥିଲେ ସାବଧାନ I ଜମିର କାଗଜ ଅଛି ହେଲେ ପଜେସନ ନେଇ ପାରୁନାହାନ୍ତି ମାଲିକ I ଏଭଳି ସ୍ଥିତି ଭୁବନେଶ୍ୱରରେ ଉପୁଜିଛି ବୋଲି କହିଛନ୍ତି EOW ଓ ପୋଲିସ ଏସପି ।ଏହି ଜମି ଠକେଇ ରାକେଟର କିଙ୍ଗପିନକୁ ବାନ୍ଧିଲା ପରେ ଏହା ଦୃଷ୍ଟିକୁ ଆସିଛି । ଏହି ର‍୍ୟାକେଟେ ଥିବା ମୁଖ୍ୟ ଅଭିଯୁକ୍ତ ମୋହରିର ଅନ୍ତର୍ଯ୍ୟାମୀ ସେନାପତି ଓ ଅନନ୍ତ ଚରଣ ପ୍ରଧାନ ଗିରଫ ହୋଇଛନ୍ତି I ପୂର୍ବରୁ ମମତା ପରିଡା, ସୁବୋଧ ପରିଡା,ହଳଧର ଦାସଙ୍କୁ ପୋଲିସ ଗିରଫ କରୁଥିବା ବେଳେ, ତାଙ୍କ ପତ୍ନୀ ଦାମୟନ୍ତୀ ଦାସ ଫେରାର ରହିଛନ୍ତି I

ପ୍ରକୁତ ମାଲିକଙ୍କର ନକଲି କାଗଜପତ୍ର ବା ସେଲଡିଡ଼ ଜରିଆରେ ବିକ୍ରି କରନ୍ତି ଏହି ଠକ । ନିଜର ଲୋକ ବା ଠକଙ୍କ ନାମକୁ ଟ୍ରାନ୍ସଫର କରି ଜମି ବିକ୍ରି କରିଥାନ୍ତି Iଅନ୍ୟ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନଯାକ୍ସନ କରି ଟଙ୍କା ଠକି ନେଉଥିବା ବେଳେ, ନଗଦ କ୍ୟାସକୁ ଭାଗ ବାଣ୍ଟି ନେଇଥାନ୍ତି । ଅଧିକାଂଶ କ୍ଷେତ୍ରରେ ଜମି ମାଲିକମାନେ ବାହାରେ ରହୁଥିବା ବେଳେ ତାଙ୍କ ଜମିର କାଗଜପତ୍ର କରି ବିକ୍ରି କରୁଛନ୍ତି ଏବଂ ଜମିର ପ୍ରକୃତ ମାଲିକ ପଜେସନ ନେଲା ବେଳେ, ଏହି ସବୁ ଖବର ପଦାକୁ ଆସୁଛି I ବିଶେଷକରି ଜମି କିଣିବା ସମୟରେ କେତୋଟି ଦିଗ ପ୍ରତି ଦୃଷ୍ଟି ଦେବାକୁ ପୋଲିସ କହିଛି ।

ଏହି ଠକେଇର ଚେର ବିଶେଷ ଭାବେ ମଲିପଡା, ନିଆଳି ଗୋବିନ୍ଦପୁର ଓ ଭୁବନେଶ୍ୱର ଆମ୍ରି ହସପିଟାଲ ନିକଟ ଜମିରେ ଥିବା ଜଣାଯାଇଛି । ଯଦି ଏହି ସବୁ ଅଂଚଳରେ ଜମି କିଣୁଛନ୍ତି ବିଶେଷ ଭାବେ ସତର୍କ ରହିବାକୁ କହିଛନ୍ତି ପୋଲିସ ଏସପି । ଜମି କିଣିବା ବେଳେ ଆଧାରକାର୍ଡ଼ର ଭେରିଫିକେଶନ କରିବାର ଆବଶ୍ୟକତା ରହିଛି I ପ୍ରତି ଆଧାରକାର୍ଡ଼ରେ ଥିବା କ୍ୟୁଆର କୋର୍ଡର ସ୍କାନ କରିବାର ଆବଶ୍ୟକତା ରହିଛି I ଏଥିସହ ପ୍ରକୃତ ମାଲିକଙ୍କ ସହିତ ଯୋଗାଯୋଗ କରିବା ସହ ତାଙ୍କ ପ୍ରକୃତ କାଗଜପତ୍ର ଯାଞ୍ଚ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି EOW ଓ ପୋଲିସ ଏସପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.