Below header

ହଜିଲା ପର୍ସ ଫେରି ପାଇଲେ ବିଦେଶୀ ମହିଳା, ଯୁବକଙ୍କ ସହ ଭାରତର କଲେ ପ୍ରଶଂସା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭାରତୀୟ ଯୁବକଙ୍କୁ ଭୁରି ଭୁରି ପ୍ରଶଂସା କଲେ ବିଦେଶୀ ମହିଳା । ମହିଳା ଜଣକ ଟଙ୍କା ଦେଉଛନ୍ତି କିନ୍ତୁ ଯୁବକ ଜଣକ ମନା କରି ଦେଉଛନ୍ତି । ମହିଳା ତାଙ୍କ ପର୍ସକୁ ଗୁଜରାଟ ଭୁଜକୁ ଯାଉଥିବା ଏକ ଟ୍ରେନରେ ଛାଡ଼ି ଦେଇଥିଲେ । ଏହି ଯୁବକ ଜଣକ ତାଙ୍କର ଏହି ପର୍ସକୁ ଟ୍ରେନରୁ ପାଇଥିଲେ । ସୋସିଆଲ ମିଡିଆର ସାହାରା ନେଇ ପର୍ସକୁ ଫେରାଇ ଦେଇଥିଲେ । ବିଦେଶୀ ମହିଳା ଜଣକ ଯୁବକଙ୍କ ପ୍ରଶଂସା କରିବା ସହ ଭାରତର ଭୁରି ଭୁରି ପ୍ରଶଂସା କରିଥିଲେ ।

କେନ୍ୟୁଜ୍‌(ବ୍ୟୁରୋ): ଭାରତୀୟ ଯୁବକଙ୍କୁ ଭୁରି ଭୁରି ପ୍ରଶଂସା କଲେ ବିଦେଶୀ ମହିଳା । ଯୁବକ ଜଣକ କିଛି ଏମିତି କରି ଦେଖାଇଛନ୍ତି ଯାହାକୁ ହୁଏତ ବିଦେଶୀ ମହିଳା କେବେ ବି ଭୁଲି ପାରିବେନି । ଦର୍ଶକବନ୍ଧୁ ଆପଣ ମାନବିକତାର ଚିତ୍ର ତ ଅନେକ ଦେଖିଥିବେ । କିନ୍ତୁ ଏଠି ମାମଲା ଟିକେ ଅଲଗା । ଆପଣ ଦେଖି ପାରୁଥିବେ ଏଠି ଜଣେ ଭାତତୀୟ ଯୁବକଙ୍କୁ ଓ ଜଣେ ବିଦେଶୀ ମହିଳାଙ୍କୁ । ମହିଳା ଜଣକ ଟଙ୍କା ଦେଉଛନ୍ତି କିନ୍ତୁ ଯୁବକ ଜଣକ ମନା କରି ଦେଉଛନ୍ତି । ଆପଣଙ୍କ ମନରେ କଣ ପ୍ରଶ୍ନ ଆସୁନି ଯେ ମହିଳା ଜଣକ ଯୁବକଙ୍କୁ କାହିଁକି ଟଙ୍କା ଯାଚୁଛନ୍ତି । ଏବେ ଆସନ୍ତୁ ଜାଣିବା ପୁରା ଘଟଣାଟି କଣ ।

ଦର୍ଶକବନ୍ଧୁ ବିଦେଶୀ ମହିଳା ଜଣକଙ୍କ ନା ହେଲା ଷ୍ଟେଫ ଫରଗଟ । ମହିଳା ତାଙ୍କ ପର୍ସକୁ ଗୁଜରାଟ ଭୁଜକୁ ଯାଉଥିବା ଏକ ଟ୍ରେନରେ ଛାଡ଼ି ଦେଇଥିଲେ । ଏହି ଯୁବକ ଜଣକ ତାଙ୍କର ଏହି ପର୍ସକୁ ଟ୍ରେନରୁ ପାଇଥିଲେ । ଯୁବକ ଜଣକ ସେହି ପର୍ସଟି କାହାର ପ୍ରଥମେ ଯାଞ୍ଚ କରିଥିଲେ । ଏହାପରେ ସେ ସେହି ପର୍ସକୁ ଫେରାଇବାକୁ ଚାହିଁଥିଲେ । କିନ୍ତୁ କିପରି ଫେରାଇବେ? ସେ ମହିଳାଙ୍କୁ ପାଇବେ କିପରି ଏପରି ନାନା ପ୍ରଶ୍ନ ତାଙ୍କ ମନରେ ଆସିଥିଲା । ଏହାପରେ ଯୁବକ ଜଣକ ସୋସିଆଲ ମିଡିଆର ସାହାରା ନେଇଥିଲେ । ଏନେଇ ଯୁବକ ଜଣକ ପର୍ସକୁ ଫେରାଇବାକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜାରି କରିଥିଲେ । ଯୁବକଙ୍କ ନା ହେଲା ଚିରାଗ ।

ବିଦେଶୀ ମହିଳା ଜଣକଙ୍କ ପାଖରେ ଏହି ପୋଷ୍ଟଟି ପହଁଚି ଯାଇଥିଲା । ଏହା ଜରିଆରେ ବିଦେଶୀ ମହିଳା ଜଣକ ଚିରାଗଙ୍କ ପାଖରେ ପହଁଚିଥିଲେ । ମହିଳା ଜଣକ ଓ ଚିରାଗଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଷ୍ଟେଫ ତାଙ୍କ ଇନଷ୍ଟା ଆଇଡିରେ ଭିଡିଓ ଟିକୁ ସେୟାର କରିଛନ୍ତି । ଷ୍ଟେଫ ଭିଡିଓରେ କହୁଛନ୍ତି ଭାରତ ବାବଦରେ ଅନେକ ଖରାପ ଖବର ଆସିଥାଏ ଏଠି ଯାହା ଘଟିଲା ପୁରା ଓଲଟା । ଏହା ବହୁତ ପଜେଟିଭ । ଏହାସହ ତାଙ୍କ ସହ ଥିବା ବନ୍ଧୁ ଜଣକ କହୁଛନ୍ତି ବହୁତ ସୁନ୍ଦର ଦେଶ ।

ମହିଳା ଜଣକ କହୁଛନ୍ତି ୪ ଦିନ ପୂର୍ବରୁ ତାଙ୍କର ପର୍ସକୁ ଟ୍ରେନରେ ଭୁଲି ଆସିଥିଲେ । ଆଜି ସେ ତାଙ୍କ ପର୍ସକୁ ନେବାକୁ ଆସିଛନ୍ତି । କାରରୁ ଓହ୍ଲାଇ ସେ ଚିରାଗ ଚିରାଗ ଡାକି ଯୁବକଙ୍କୁ ଭେଟୁଛନ୍ତି । ଯୁବକଙ୍କୁ ମହିଳା ଜଣକ ଧନ୍ୟବାଦ ଜଣାଉଛନ୍ତି । ଏହାସହ ଯୁବକଙ୍କୁ କିଛି ଟିପସ ଦେଉଛନ୍ତି । ଯୁବକ କିନ୍ତୁ ନେବାକୁ ମନା କରିଛନ୍ତି । ନୋ ନୋ ବୋଲି କହିଛନ୍ତି । ସେ ଯେତେବେଳେ ପଚାରିଛନ୍ତି କେଉଁଠି ପାଇଲ ସେ ହିନ୍ଦୀ ଇଂରାଜୀ ମିଶା ଭାଷାରେ ଟ୍ରେନରୁ ବୋଲି କହୁଛନ୍ତି । ଏହାସହ ସେ ଆଉଥରେ ଯୁବକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି ବୋଲି କହୁଛନ୍ତି ବିଦେଶୀ ମହିଳା । ମହିଳାଙ୍କ ପାଖରେ ଥିବା ପୁରୁଷ ବନ୍ଧୁବି କାରରୁ ଓହ୍ଲାଇ ଯୁବକଙ୍କୁ ଧନ୍ୟବାଦ ଦେବାକୁ ଯାଇଛନ୍ତି । ସତରେ ଏହି ଭିଡିଓକୁ ଦେଖିବା ପରେ ଆମେ ଭାରତୀୟ ଗର୍ବ କରିବା କଥା । ଆମର ମହାନ ଗୁଣ ଅନ୍ୟ ଆଗରେ ଆମକୁ ବଡ଼ କରି ରଖିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.