ନୂଆପଡ଼ା ଜିଲ୍ଲାପାଳଙ୍କ ବାସଭବନରେ ଭାଲୁ, ବନବିଭାଗ ପକ୍ଷରୁ ଘଉଡାଇବାକୁ ଉଦ୍ୟମ ଜାରି

ନୂଆପଡ଼ା(କେନ୍ଯୁଜ୍): ନୂଆପଡ଼ା ଜିଲ୍ଲାପାଳଙ୍କ ବାସଭବନରେ ଭାଲୁ । ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ସରକାରୀ ବାସଭବନ ପରିସରରେ ଏକ ଭାଲୁ ଦେଖାଦେଇଛି। ଭାଲୁ ନିକଟସ୍ଥ ଜଙ୍ଗଲରୁ ଜିଲ୍ଲାପାଳଙ୍କ ବାସଭବନକୁ ଆମ୍ବ ଖାଇବାକୁ ପଶିଆସିଛି ।

ଜିଲ୍ଲାପାଳଙ୍କ ବାସଭବନ ପରିସରରେ ଥିବା ଏକ ଗଛବୁଦା ମୂଳେ ଭାଲୁଟି ଲୁଚି ରହିଛି । ଭାଲୁକୁ ଦେଖିବା ପରେ ଜିଲ୍ଲାପାଳଙ୍କ ବାସଭବନ କର୍ମଚାରୀ ମାନେ ଆତଙ୍କିତ ହୋଇପଡିଥିଲେ । ନୂଆପଡ଼ା ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଲୁର ଗତିବିଧି ଉପରେ ନଜର ରଖିବା ସହ ଘଉଡାଇବା ପାଇଁ ଉଦ୍ୟମ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.