Below header

ଫେସବୁକର ଜବରଦସ୍ତ ଫିଚର, Google Documents କୁ ଟ୍ରାନ୍ସଫର ହୋଇପାରିବ Notes

ଆପଣ ଫେସବୁକରେ ଅନେକ ପ୍ରକାର ଫିଚର ଦେଖିଥିବେ ଆଉ ଏହି ଫିଚର ସବୁ ବହୁତ କାମ ଉପଯୋଗୀ। ଏହି ନୂଆ ଫିଚର ସାହାଯ୍ଯରେ ୟୁଜର ନିଜର ପୋଷ୍ଟ ଏବଂ ନୋଟସକୁ ଗୁଗଲ ଡକ୍ଯୁମେଣ୍ଟ, ବ୍ଲଗର ଏବଂ ୱାଲର୍ଡପ୍ରେସ ଡଟ୍ କମରେ ଟ୍ରାନ୍ସଫର କରିପାରିବେ।

ଗତବର୍ଷ ଫେସବୁକ ଲୋକଙ୍କ ପାଇଁ ନିଜର ଫଟୋ ଏବଂ ଭିଡିଓକୁ ଟ୍ରାନ୍ସଫର କରିପାରିବା ପାଇଁ ଫିଚର ଏନାବେଲ କରିଥିଲା। ଏହି ମାଧ୍ୟମରେ ଲୋକ ନିଜର ଭିଡିଓ ଏବଂ ଫଟୋକୁ ବ୍ଯାକବ୍ଲେଜ, ଡ୍ରପବକ୍ସ, ଗୁଗଲ ଫଟୋକୁ ଟ୍ରାନ୍ସଫର କରିପାରିବେ। ଲୋକଙ୍କ ସୁବିଧା ପାଇଁ ଟୁଲର ନାମ ବଦଳାଯାଇଛି। ଏବେ ଏହି ଟୁଲର ନାମ ଟ୍ରାନ୍ସଫର ୟୋର ଇନଫରମେସନ ରହିବ। ଏହି ଟୁଲକୁ ଲୋକଙ୍କ ପ୍ରାଇଭେସୀ, ସିକ୍ଯୁରିଟି ଏବଂ ଜରୁରୀ ଲୋକଙ୍କ ଧ୍ୟାନରେ ରଖି କରାଯାଇଛି। ଏଥିରେ ଆପଣ ଟ୍ରାନ୍ସଫର ଆରମ୍ଭ କରିବା ପୂର୍ବରୁ ପାସୱାର୍ଡ ଦେବାକୁ ପଡିବ। ଏହାକୁ ଆପଣ ସୁରକ୍ଷିତ ଉପାୟରେ ଡାଟା ଟ୍ରାନ୍ସଫର କରିପାରିବେ।

କେମିତି କରିବେ ଆକ୍ସେସ:

ୟୁଜର୍ସ ଏହି ଟୁଲକୁ ଆକ୍ସେସ କରିବା ପାଇଁ ଫେସବୁକ ସେଟିଂ କିମ୍ବା ୟୋର ଫେସବୁକ ଇନଫରମେସନକୁ ଯିବାକୁ ହେବ। ସେଠାକୁ ଯାଇ ଟ୍ରାନ୍ସଫର ୟୋର ଇନଫରମେସନକୁ ଯାଇ କ୍ଲିକ କରିବାକୁ ହେବ। ଏହା ପରେ ଆପଣଙ୍କୁ ସିଲେକ୍ଟ କରିବାକୁ ହେବ ଏବଂ ଏକ୍ସପର୍ଟ କରିବାକୁ ହେବ। ଗୁଗଲ ଡକ୍ସ, ୱାର୍ଡପ୍ରେସ ଏବଂ ବ୍ଲଗର ଅପସନ ମିଳିବ। କନଫର୍ମ କରିବା ପରେ ଏହା ଟ୍ରାନ୍ସଫର ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.