ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଅଫିସ ଭିତରେ ପଶି ବନପାଳଙ୍କୁ ଠେଙ୍ଗାରେ ପିଟି କଲେ ଲହୁଲୁହାଣ

କାମାକ୍ଷାନଗର(କେନ୍ଯୁଜ୍): ବନପାଳଙ୍କ କାର୍ଯ୍ୟାଳୟରେ ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ଅଫିସ ଭିତରେ ପଶି ବନପାଳଙ୍କୁ ଠେଙ୍ଗାରେ ପିଟି ଲହୁଲୁହାଣ କଲେ ମଦ୍ୟପ ଯୁବକ। ଢେଙ୍କାନାଳ ବନଖଣ୍ଡ ଅଧିନସ୍ଥ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ବନପାଳଙ୍କ କାର୍ଯ୍ୟାଳୟରେ ଏହି ଘଟଣା ଦେଖିବାକୁ ମିଳିଛି।

କାର୍ଯ୍ୟାଳୟରେ ବନପାଳ ଚନ୍ଦ୍ରଶେଖର ବେହେରା ଖାଉଥିବା ସମୟରେ ପଦ୍ମପୋଖରୀ ଗାଁର ଯୁବକ ପିଙ୍କୁ ପରିଡ଼ା ତାଙ୍କୁ କିଛି କହିବା ପୂର୍ବରୁ ଏକ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବନପାଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ବନପାଳଙ୍କ ଚିତ୍କାର ଶୁଣି ଅନ୍ୟ ବନ କର୍ମଚାରୀମାନେ ଘଟଣା ସ୍ଥଳକୁ ଆସିଥିଲେ। ମଦ୍ୟପ ଯୁବକ ପିଙ୍କୁ ପରିଡାଙ୍କୁ ସେମାନେ କାବୁ କରିବାରେ ସଫଳ ହୋଇଥିଲେ। ସଂପୃକ୍ତ ଯୁବକଙ୍କୁ କାମାକ୍ଷାନଗର ପୋଲିସର ଜିମା ଦିଆଯାଇଛି। କାମାକ୍ଷାନଗର ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.