Below header

ପ୍ରେମ ପଡ଼ିଲା ମହଙ୍ଗା : କଙ୍ଗାରୁ କୋର୍ଟରେ ଲଙ୍ଗଳା କରି ନିର୍ଧୁମ ପିଟିଲେ ଲଗାଇଲେ ୨ଲକ୍ଷ ଜରିମାନା

କେନ୍ଦ୍ରାପଡ଼ା (କେନ୍ୟୁଜ୍) :ଗ୍ରାମସଭାରେ ଯୁବକଙ୍କୁ ଉଲଗ୍ନ କରି ନିର୍ଧୁମ ପିଟିଲେ ଗାଁଲୋକ। ଏହା ସହ ୨ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜନଗର ତାଳଚୁଆ ମେରାଇନ୍ ଥାନା ରେକ୍ଟା ଗାଁରେ । ଏହି ଗାଁର ସଦାନନ୍ଦ ଜେନାଙ୍କ ପୁଅକୁ ସରପଞ୍ଚ ଗାଁର କିଛି ଲୋକ ମାଡ ମାରିବା ସହ ତାଙ୍କ ଉଲଗ୍ନ ଭିଡିଓ କୁ ଭାଇରାଲ କରିଛନ୍ତି।

ସୂଚନା ମୁତାବକ ଯୁବକ ଜଣକ ଶିକାରୀପାହି ଗାଁର ଜଣେ ଲୋକଙ୍କ ପାଖରେ କାମ କରୁତିଲେ। ଏହି ସମୟରେ ତାଙ୍କ ଭଝିଅଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାପରେ ଯୁବକ ଜଣକ ଝିଅକୁ ନେଇ ଭୁବନେଶ୍ୱର ଫେରାର ହୋଇଯାଇଥିଲେ। ଗତକାଲି ତାଳଚୁଆ ଗାଁର କିଛି ଯୁବକ ଭୁବନେଶ୍ୱର ଯାଇ ଯୁବକଙ୍କୁ ଗାଁକୁ ଆଣିଥିଲେ। ଏହାପରେ ଆରମ୍ଭ ହୋଇଥିଲା କଙ୍ଗାରୁ କୋର୍ଟ। ମାଡ ଖାଇଥିବା ଯୁବକଙ୍କୁ ଗୁରୁତର ଅବସ୍ଥାରେ ରାଜନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାିଛି। ଏନେଇ ଯୁବକଙ୍କ ବଡଭାଇ ତାଳଚୁଆ ସାମୁଦ୍ରିକ ଥାନାରେ ଏତଲା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.