କେରଳ ବିପନ୍ନଙ୍କ ପାଇଁ ଗୀତ ଗାଇଲେ ସୁପ୍ରିମ୍ କୋର୍ଟ ଜଜ୍

ନୂଆଦିଲ୍ଲୀ : କେରଳର ବନ୍ୟା ବିପନ୍ନଙ୍କ ପାଇଁ ସମସ୍ତଙ୍କର ଦରଦ । ସେମାନଙ୍କ ନିକଟକୁ ବିଭିନ୍ନ ସୂତ୍ରରୁ ସହାୟତାର ସୁଅ ଛୁଟିଛି । ସେମାନଙ୍କୁ ଆର୍ଥିକ ସହାୟତା ଦେବା କଥା ପୂର୍ବରୁ ଘୋଷଣା କରିଥିଲେ ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର । ଆଉ କଥା ରକ୍ଷା କରି ସହାୟତା ବି ଦେଇଛନ୍ତି । ତେବେ ନିଆରା କଥା ହେଉଛି ସହାୟତା ପାଇଁ ଏହି ସମ୍ମାନାସ୍ପଦ ବିଚାରପତିମାନେ ସୋମବାର ସନ୍ଧ୍ୟାରେ ଏକ ସଂଗୀତ କାର୍ଯକ୍ରମର ଆୟୋଜନ କରିଥିଲେ । ଏଥିରେ ନିଜେ ଗୀତ ଗାଇଥିଲେ ଜଜମାନେ । ସୁପ୍ରିମ୍ କୋର୍ଟ ପରିସରରେ ଥିବା ଇଣ୍ଡିଆନ୍ ସୋସାଇଟି ଅଫ୍ ଇଣ୍ଟରନେସନାଲ ଲ ଅଡିଟୋରିୟମରେ ଏହି କାର୍ଯକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର । ଜଷ୍ଟିସ୍ କୁରିୟନ ଯୋଶେଫ ଗାୟକ ମୋହିତ ଚୌହାନଙ୍କ ସହ ମିଶି ‘ହମ୍ ହୋଙ୍ଗେ କାମୟାବ..’ ଗୀତକୁ ହିନ୍ଦୀ ଓ ଇଂରାଜୀରେ ଗାଇଥିଲେ । ପୁଣି ୟେସୁ ଦାସଙ୍କ ଗୀତ ‘ମଧୁବନ ଖୁସବୁ ଦେତା ହେ..’ ମଧ୍ୟ ଗାଇଥିଲେ । ଏହି ଅବସରରେ ଅନ୍ୟ ସମସ୍ତ ଜଜ୍ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.