Below header

ପିସିଆର ଭ୍ୟାନରେ ଆସି ଲୁଟି ନେଲେ ୪ଲକ୍ଷ

ବରଗଡ଼(କେନ୍ୟୁଜ୍) : ବ୍ୟବସାୟୀଙ୍କଠାରୁ ସାଢ଼େ ୪ ଲକ୍ଷ ଟଙ୍କା ଧରି ଫେରାର୍ ହୋଇଯାଇଥିବା ଅଭିଯୋଗ । ବରଗଡ଼ ସଦର ଥାନାରେ ଏନେଇ ଅଭିଯୋଗ ହୋଇଛି । ଗତକାଲି ବରଗଡ଼ ପାଇକମାଳ ଗାଁର ବ୍ୟବସାୟୀ ନନ୍ଦଲାଲ ପ୍ରସାଦ କୋଲକତା ଯାଉଥିବାବେଳେ ଭଟଲି ଛକ ନିକଟରେ ଅଟକିଥିଲେ ।

ଏହି ସମୟରେ ଏକ ପିସିଆର ଭ୍ୟାନ୍ ଅଟକି ତାଙ୍କୁ ପଚରାଉଚରା କରିଥିଲା । ପରେ ଗାଡିରେ ଥିବା ୪ ପୋଲିସ କର୍ମଚାରୀ ତାଙ୍କଠାରୁ ଟଙ୍କା ବ୍ୟାଗକୁ ଛଡାଇ ନେଇଥିବା ଅଭିଯୋଗ କରିଛନ୍ତି ନନ୍ଦଲାଲ୍ । ସେଥିରେ ପ୍ରାୟ ସାଢେ ୪ଲକ୍ଷ ଟଙ୍କା ଥିଲା । ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ କରୁଛି ବରଗଡ଼ ସଦର ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.